STORYMIRROR

Laxminarayan Sahoo

Others

4  

Laxminarayan Sahoo

Others

ଏଣ୍ଡୁଅ

ଏଣ୍ଡୁଅ

1 min
452

ଏ ତୋର

ରଙ୍ଗ ବଦଳାଇବାର ଋତୁ

କେତେବେଳେ ନାରଙ୍ଗୀ

ତ କେତେବେଳେ ଧଳା

ନହେଲେ ସବୁଜ

ସ୍ୱାଧିନତା ଅଛି ନା ତୋର

ବଦଳାଉଥା ତୋର ରଙ୍ଗ

ଭଗବାନ ତୋତେ କଳାଟେ ବି ଦେଇଛି ।


ଗୋଟେ କାମ କରୁନୁ

ରଙ୍ଗ କାହିଁକି

ପୁରା ଖୋଳପା ବଦଳେଇ ଦେ

ଆମେ କାହିଁକି ତୋତେ

ଗୋଟିଏ ନା'ରେ ବାନ୍ଧି ରଖିଥିବୁ

ଯେମିତି ସଂବାଳୁଆ ।

 

ରଙ୍ଗ ପାଳଟା 

ତୋ ଆତ୍ମରକ୍ଷାର କବଚ

ନା ଆତ୍ମପ୍ରବଞ୍ଚନାର 

ସେ ଯା ବି ହେଉ

ଦର୍ଶକଙ୍କ ତାଳି ମାଡ଼

ନ ଥମିବା ଯାଏ

ମୁହଁରୁ ରଙ୍ଗ ଜମ୍ମାରୁ ହଟା ନା

ଯଦି ଖୋଳପା ନାଇଥିବୁ

ତା ଭିତରେ ଖେଳରୁ ବିରତି ନେଏ ନା ।


କେହି କେହି କହିଥାନ୍ତି

ତୁ ନିଜକୁ ନିଜେ ଠକୁଛୁ

ନା ଆମକୁ ଠକୁଛୁ 

କିଛି ବୁଝି ହୁଏ ନାହିଁ

ତୁ ଏ ଭିତରେ ମୁଣ୍ଡ ପୁରାନା

ତୋ ଚିରାଚରିତ ଶୈଳୀରେ

ଖାଲି ମୁଣ୍ଡ ଟୁଙ୍ଗାରୁ ଥା

ଦେଖିବୁ

ଜିତା ପଟ ତୋର ନହେଲେ ବି

ପରାଜିତଙ୍କ ତାଲିକାରେ

ତୋର ନାମ ରହିବ ନି ।


Rate this content
Log in