STORYMIRROR

Laxminarayan Sahoo

Others

3  

Laxminarayan Sahoo

Others

ହେ ଗୁରୁ

ହେ ଗୁରୁ

1 min
145

 ମରୀଚିକା ପଛରେ ଧାଉଁଥିବା

ମରୁଭୂମିରେ ବାଟବଣା ପଥିକଟିଏ

ଏମିତି ଏକ ପୂଣ୍ୟ ଲଗ୍ନରେ

ହେ ଗୁରୁ ତୁମ ସହ ଭେଟ ହୋଇଯାଏ

କେଉଁ ବିଗତ ଜନ୍ମର ତପସ୍ୟାର ଫଳ ହେଉ

ଅବା କେଉଁ ଏକାନ୍ତ ଈଶ୍ୱରଙ୍କ

ଆଶୀର୍ବାଦ ହେଉ।


 ଦୁର୍ଲ୍ଲଭ ଲାଭର ଆନନ୍ଦ

ଦୁଷ୍ପ୍ରାପ୍ୟ ପ୍ରାପ୍ତିର ତୃପ୍ତି

ଅପହଞ୍ଚ ଲାଗୁଥିବା ଇଲାକାରେ

ପାଦ ଥାପିବାର ଗୈାରବ

ହାତ ପାପୁଲିରେ

ସ୍ୱପ୍ନ ସମଗ୍ରର ଅବତରଣ 

ଏବେ ବିଭୋର ବାଟୋଇ ମୁଁ

ସହସ୍ର ଯୋଜନ ପଥ ଅତିକ୍ରମି ଯିବି

ବାସ୍ ସାଥେ ଖାଲି ତୁମ ଆଶୀର୍ବାଦ ଥାଉ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍