Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Romance

3  

Manoj kumar Maharana

Romance

ଅଛି କି' ମାେ ଭାଗ୍ୟ

ଅଛି କି' ମାେ ଭାଗ୍ୟ

1 min
313



ଅଛି କି' ମାେ ଭାଗ୍ୟ   ହେବା ପାଇଁ ଯୋଗ୍ୟ

       ପିନ୍ଧେଇବାକୁ ସିନ୍ଦୂର,

ଦେଇ ଫୁଲହାର        ସାଜିବ ତା' ବର

      ଲାଜକୁ କରି ତା' ଦୂର ।

       

ବେଦୀରେ ବସିବ       କଉଡ଼ି ଖେଳିବ

       କରିବ ଘରର ବୋହୂ,

ଓଢଣାକୁ ଟେକି        କହିବ ଦେବ'କି

       ଅଧରରୁ ଟିକେ ମହୁ ।

       

ହେ ବନ୍ଧୁ ସତରେ        ଲାଗୁଛି ଶୀତରେ

      ଭାବିଦେଲେ ଏହି କଥା,

ମୁଁ ଯୋଗ୍ୟ କି' ଅଯୋଗ୍ୟ   କେମିତି ମୋ ଭାଗ୍ୟ

      ଖାଲି ଥିବ କି ତା' ମଥା ।

       

ଦେଖାଯାଉ ଆଜି        ସେ ହେବ କି' ରାଜି

       ସାଜିବା ପାଇଁ ମୋ ପତ୍ନୀ,

ନ ହେଲେ ସେ ରାଜି        ହୃଦେ ତାକୁ ପୂଜି

       ଚିନ୍ତନେ ସାଜିବି ତା' ପତି

     ମୁଁ ଚିନ୍ତନେ ସାଜିବି ତା' ପତି ।

       

      


Rate this content
Log in

Similar oriya poem from Romance