STORYMIRROR

Sasmita Choudhury

Romance

3  

Sasmita Choudhury

Romance

ପ୍ରିୟା ମୋର

ପ୍ରିୟା ମୋର

1 min
328


କମଳ ଦେଶର ରାଜ କୁମାର ମୁଁ 

ତୁମ ସ୍ମୃତି ଧରି

ସାଜି ଅଛି ଆଜି ନିସ୍ବଃ, 

ତୁମରି ଭିତରେ ଦେଖିଥିଲି ପ୍ରିୟା 

ପ୍ରେମେ ପରିବ୍ୟାପ୍ତ ବିଶ୍ବ। 


ସାଇତି ରଖିଚି 

ହୃଦୟେ ତୁମକୁ 

ଭୁଲିନି ମୁଁ ତିଳେ ଜମା, 

ଜୀବନ ଦେଉଳ 

ପୁଣ୍ୟ ବେଦୀରେ 

ତୁମେ ମୋର ପ୍ରିୟତମା। 


ତୁମ ପାଇଁ ମୋର 

ଦିବସ, ରଜନୀ 

ଖରା ଛାଇ ଏକାକାର, 

ସପନରେ ଆସି 

ହୃଦୟ ବେଦୀରେ 

ଅବତର ପ୍ରିୟା ମୋର। 


ପନ୍ଥା ବିହୀନ ପାନ୍ଥ ଟିଏ ମୁଁ 

ତୁମେ ପୁଣ୍ୟତୋୟା ନଈ଼ 

ତୁମ ପ୍ରେମ ସ୍ରୋତେ 

ତଲ୍ଲୀନ ମୋ ପ୍ରାଣ 

ତୁମ ବିନୁ ଗତି ନାହିଁ। 


ଭିଡର ଭିତରେ 

ଏକା ବନିଗଲେ

ତୁମ ଭାବ ଆସେ ମନେ, 

ତେଣୁ କୋଳାହଳ 

ଭିତରେ ଏକାକୀ 

ରହିବାକୁ ଶ୍ରେୟ ମଣେ। 


ତୁମ ସ୍ମୃତିକୁ ମୁଁ 

ଗଣ୍ଠିଧନ କରି 

ଜୀବନ ଯୁଦ୍ଧରେ ଲଢେ, 

ଯେବେ ବି ତୁମକୁ 

ଭୁଲିବାକୁ ଚାହେଁ 

ବେଶୀ ବେଶୀ ପ୍ରୀତି ବଢେ। 


ତୁମ ଚିଠି ମୋର 

ଅମୂଲ୍ୟ ସମ୍ପଦ 

ବ୍ଯାପ୍ତ ମୋ ହୃଦ ନିଳୟ, 

ମୋର ପ୍ରତ୍ୟେକଟି 

ହୃତସ୍ପନ୍ଦନ ଆଜି 

ଗାଉଛି ପ୍ରେମର ଜୟ। 


ଚିର ଜାଜ୍ଜଲ୍ଯମାନ 

ଆମ ପ୍ରେମ 

ହୃଦୟର ହାରାଧନ 

ତୁମ ସ୍ମୃତି ଭିଜା ଜୀବନର ପୃଷ୍ଠା 

ତୁମେ ହିଁ ମୋ ମନସ୍କାମ। 


କେହି କାହା ଠାରେ

ଋଣୀ ନୁହେଁ ଆମେ

ପ୍ରେମର ମାଧୁର୍ଯ୍ୟ ଏହା, 

ପରସ୍ପର ଠାରୁ 

ଯୋଜନ ଦୂରେ ବି 

ଏକ ଆରେକର ସାହା। 


ମୋ ମନ ବିକ୍ଷିପ୍ତ 

ଭାବ ତରଙ୍ଗିଣୀ 

ସ୍ପର୍ଶେ ତୁମ ସୁସଜ୍ଜିତ, 

ପ୍ରେମର ଅଢେଇ ଅକ୍ଷର ମନ୍ତ୍ରେ 

ଜୀବନ ମୋର ମନ୍ତ୍ରିତ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance