ଗଜବଦନ ଗଣନାଥ
ଗଜବଦନ ଗଣନାଥ


ଗିରିଜାନନ୍ଦନ, ଏକଦନ୍ତ, ଲମ୍ବୋଦର!
ଗଜାନନ, ବକ୍ରତୁଣ୍ଡ ପୃଥ୍ବୀକୁ ଉଦ୍ଧର;
ଗଣଗ୍ରଣୀ, ବିଘ୍ନେଶ୍ବର!
ଗଣାଧିପତି ହେ ଘେନ ଆବାହନ ମୋର।
ଗିରିଶୃଙ୍ଗ,ବିଘ୍ନବିନାୟକ,ଏକଦ୍ରଂଷ୍ଟ
ଗଣକର୍ତ୍ତା, ପର୍ଶୁପାଣି ହୁଅ ହେ ପ୍ରକଟ;
ଗଜବକ୍ତ, ଲମ୍ବକର୍ଣ୍ଣ !
ଗଣଦେବ, କଟଙ୍କଟ, ମୂଷିକବାହନ।
ଗଣପତି, ଅମ୍ବିକେୟ, ହେ ବିଘ୍ନନାଶନ!
ଗଣନାଥ, ଭାଲଚନ୍ଦ୍ର ଘେନ ମୋ ପ୍ରଣାମ;
ଗୁଣ ବିଦ୍ଯାରେ ମୁଁ ନ୍ଯୂନ,
ଗୌରୀସୂତ! ଜ୍ଞାନ ଭିକ୍ଷା କରେ ଅକିଞ୍ଚନ।
ଗଣନପତି! ସର୍ବାଗ୍ରେ ତୁମ୍ଭ ପୂଜାବିଧି,
ଗର୍ବ, ଦମ୍ଭ, ଅହଂକାର ତେଜି ମନ୍ଦବୁଦ୍ଧି;
ଗଙ୍ଗା ଜଳେ ଅରଚନା
ଗଭୀର ଶ୍ରଦ୍ଧା, ଭକ୍ତିରେ କରେ ଆରାଧନା।
ଗୌରୀଜ, ବାରଣଶିର ଆହେ ଗଣାଧିପ,
ଗଳଗ୍ରହ ସଦୃଶ ଏ କରୋନା ପ୍ରକୋପ;
ଗଣେଶ୍ବର ନାଶି ତାକୁ
ଗୃହବନ୍ଦୀ ଅବସ୍ଥାରୁ ଉଦ୍ଧର ଆମ୍ଭକୁ।
ଗଜବଦନ,ଦ୍ବିଦେହ ହେ ପରଶୁଧର!
ଗର୍ହିତ ଅପରାଧ ଯା' ଥିଲେ କ୍ଷମା କର;
ଗଣପ ! ତୁମ୍ଭଙ୍କୁ ଧ୍ଯାନ
ଗ୍ରହ ଦୋଷ ଦୂର କରି ଦିଅ ଦିବ୍ଯଜ୍ଞାନ ।