STORYMIRROR

Amarananda Nayak

Classics Inspirational

3  

Amarananda Nayak

Classics Inspirational

ମୋ ଗାଁ

ମୋ ଗାଁ

1 min
201


ମାଟିର ନନ୍ଦନବନରୂପରେ ସେ ଧନୀ

ଅପାଶୋରା ମୋ ଗାଁ ମୋ ମାତା ପାଖେ ମୁଁଋଣୀ

ମୋ ଗାଁଅଲିଭା ଯା କଥା

ଜାଳିଥିଲା ମୋ ଏନ୍ତୁଡ଼ି ଜାଳିବ ମୋଚିତା।(୧)


              ଅଝଟିଆ ପିଲାଦିନେ ଅବୁଝା ମୁଁ ଭାରି

             ଭସେଇ ଦେଇଛି ଡଙ୍ଗାତିଆରିମୁଁକରି

            ଡଙ୍ଗାଭାସିଛି ସେଯେତେ

          ପାଣି ଛାଟି ଛାଟି ଗୀତଗାଇଛିମୁଁସେତେ।(୨)


ମୋ ଗାଁ ମୁଣ୍ଡ ଆମ୍ବ ତୋଟା ସୁନ୍ଦରତା ପଠା

ତୋଟାରୁ କୋଇଲି କୁହୁଲାଗଇଯେମିଠା

ସଞ୍ଜେ ଗୋ ଗୋଠର ଧୂଳି

ଗାଈଆଳ ବଂଶୀସ୍ୱନ ମଧୁର ତା ବୋଲି।(୩)


             ମଲ୍ଲୀଫୁଲିଆ ରାତିକୁ କଇଁର ସେତୁଠ

            ଗାଁ ଝିଅ ବୋହୂ ଙ୍କ ରଙ୍ଗହଳଦୀରଭେଟ

          ମନପକ୍ଷୀ ଝାଡ଼େପର

       ବିଦେଶୁ ପ୍ରେମିକ କାନ୍ତଆସିବେ କିଘର?(୪)


ଗାଁଜହ୍ନ ଭାରି ଫୁଲେଇ ଲାଜେଇ ଗାଁ ରାତି

ଚଗଲି ସେ ଶୀତ ରାତିମଧୁରତାସ୍ମୃତି

ଧୁ ଧୁ ନିଦାଘରତାତି

ବର୍ଷା ଲଗାଏ କିମିଆବିରହୀସେପ୍ରୀତି।(୫)


            କୁଆଁର ପୁହ୍ନେଇ ଗୀତେଉଛୁଳେଗାଁ ବାଟ

           ରଜ ଦୋଳି ଗୀତ ନାଚଦୋଳିର କେଁ କଟ

           ଚାଲେପିଚକାରୀଖେଳ

         ରାଈ ସଙ୍ଗେ ରଙ୍ଗ ଖେଳେ ପ୍ରେମିକପାଗଳ(୬)

                      

ନହକିଆ କଣିବାଡ଼େକାକୁଡ଼ିରଲତା

ଲାଉ କଖାରୁ ଛୁଇଁଛିଛପରରମଥା

ଝାଉଁ ଗାଏ ମୋ ଗାଁ ଗୀତ।

ସବୁଜ ପଣତେ ଲୁଚେ ଲଙ୍ଗଳା ଗାଁ କ୍ଷେତ।(୭)


           ସୁରୂଜ ବୁଣେ ମୁରୁଜପାହାଡ଼ସେପଟେ

          ନୀଡ଼ ବାହୁଡ଼ା ପକ୍ଷୀଙ୍କ କାକଳିଯେ ଛୁଟେ

        ଶଙ୍ଖଘଣ୍ଟ ଘଣ୍ଟାବାଜେ

ସଞ୍ଜ ଦୀପ ଜାଳି ବଧୂ ଠାକୁରଙ୍କୁ ପୂଜେ।(୮)


               ରାସ୍ତା ଥିଲା ଆଈ ମୁଣ୍ଡେ ସିନ୍ଦୁରର ଧାର

              ଏବେ ଭାଉଜ ଆଖିର କଜ୍ୱଳର ଗାର

              ମୋ ଗାଁ ସହର ଯେଆଜି

            ହଜେଇ ଥିବା ଅତୀତ ପାଉନି ମୁଁଖୋଜି।(୯)


ମୋ ଗାଁ ର ପବିତ୍ର ମାଟିଗାଥା ରସେସାକ୍ଷୀ

ଆସିବା ଯିବା ଦେଖିଛି ନୀରବେ ତାଆଖି

ମୋ ଗାଁମନରେ ମୋଶୋଭେ

ଭୂଲି ନାହିଁ ଭୂଲିବିନିମୋ ଗାଁ ମାକୁକେବେ।(୧୦)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics