STORYMIRROR

Amarananda Nayak

Classics

4  

Amarananda Nayak

Classics

ମୋ ପ୍ରାଣ ପ୍ରିୟତମ

ମୋ ପ୍ରାଣ ପ୍ରିୟତମ

1 min
345


ଶୂନ୍ଯ ଶୂନ୍ଯ ମହାଶୂନ୍ୟ, 

ତନ୍ମଧ୍ଯସ୍ଥ ପରଂବ୍ରହ୍ମ ଜ୍ଯୋତିଃଷ୍ମାନ, 

ନାଭି କେନ୍ଦ୍ରୁ ପ୍ରଣବ ଓଁକାର ନାଦ, 

ସେ ନାଦେ, ନିନାଦିତ ସର୍ବ ପ୍ରାରମ୍ଭ

ବିଚିତ୍ର ବର୍ଣ୍ଣା ସର୍ଜନାର ଅସୀମ ବୈଭବ  । 

      ଅବର୍ଣ୍ଣନୀୟ ଅବିକଳ୍ପ ସ୍ରଷ୍ଟା ନିର୍ବିକାର 

      ସତ୍ଯ ଶିବ ସୁନ୍ଦର ଅକ୍ଷର ଈଶ୍ବର

      ସୃଷ୍ଟି ନଶ୍ଵର ସଂସାରର କ୍ଷଣ ଭଙ୍ଗୁର

      ଅନନ୍ତ ଅସୀମ ଦିଗ୍ ବଳୟ ଗର୍ଭେ

      ବିଲୀନ ହୋଇ ଯାଏ ଯେତେ ସବୁ

       ଆର୍ତ୍ତନାଦ ଦଗ୍ଧିଭୂତ ଅସହାୟ ଆତ୍ମାର । 

ଅଦୃଶ୍ୟ ପ୍ରିୟତମ ନିରାକାର ଅଂଗେ ରୂପାତୀତ , 

ଜନ୍ମ ଜନ୍ମାନ୍ତର, ଯୁଗ ଯୁଗାନ୍ତର ବିଦ୍ଯ ଦିବ୍ୟ କାଳାତୀତ

ତମେ ବିଶ୍ବାସ ଅବିଶ୍ବାସ ଉର୍ଦ୍ଧ୍ବେ, ପାପ ପୁଣ୍ଯ ମୁକ୍ତ

ତମେ ଅଦୃଶ୍ଯ ସତ୍ତା, ବଚନ ବିହୀନ ସର୍ବମୟ ସତ୍ଯ

ଜନମ ମରଣ ଆରପାରେ , ସୁଖ ସମ୍ଭୋଗ ସେ ପାରେ

ଅନୁଭବେ ଅନୁଭୂତ, ପ୍ରେମ ବନ୍ଧନେ ଅନୁରକ୍ତ । 

     ଅନ୍ତରେ ହଜାଇ, ବାହାରେ ଖୋଜଇ ଜୀବନ 

     ପିପାସୁ ରକ୍ତଜବା ଅର୍ଧଉନ୍ମଳିତ ଚର୍ମ ନୟନ

     ଯନ୍ତ୍ରଣା ଜର୍ଜରିତ ହୃଦୟ ବ୍ଯାକୁଳ ମନପ୍ରାଣ

      ବେଳେବେଳେ ଆସୁଛ ସପନେ, ସଂଗୋପନେ

     ଆଖି ଖୋଲି ଗଲେ ଶୂନ୍ଯ ପ୍ରିୟତମ ରୁହ ଗୋପନେ। 

ହେ ମୋର ତନୁ ମନ ପ୍ରାଣ ପ୍ରିୟତମ ଆସ! 

ମୋହମନା କରି ମୋହନ ସମ୍ମୋହନେ ରମ୍ଯ

ବଂଶୀର ମଧୁର ମୂର୍ଛନାରେ ମୋ ମନ କର ଛନ୍ଦାୟିତ

ମୋ ଶୁଷ୍କ ଅଙ୍ଗ ଥରେମାତ୍ର ଛୁଇଁ କର ପୁଲକିତ 

ମୋ ନିଶ୍ବାସ ପ୍ରଶ୍ବାସ ରେ ତବ ନାମ ହେଉ ଗୁଂଜରିତ । 

         ସମୟର ଅସ୍ତାଚଳ କୁ ପାଦ ବଢେ ଧିରେ ଧିରେ

         ସବୁ ସୁଖ ଶୋକ ପ୍ରୀତି ଶ୍ରାନ୍ତି କ୍ରାନ୍ତି କ୍ଲାନ୍ତି ରୁ ମୁକ୍ତି

         ଆସ ପ୍ରାଣେଶ୍ବର, ଭୁବଃରୁ ଭୁବନକୁ, ସୂକ୍ଷ୍ମ ରୁ ସ୍ଥୁଳ କୁ

         ଉଦ୍ଧାର କର, ଜନ୍ମ ଜନ୍ମାନ୍ତର ଚକ୍ରବତ ଚକ୍ରରୁ

         ତୋଳି ନିଅ ପ୍ରିୟତମ ତବ ଶାନ୍ତ କାନ୍ତ ବାହୁ ବନ୍ଧନକୁ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics