STORYMIRROR

Amarananda Nayak

Classics

3  

Amarananda Nayak

Classics

ଅବଶ୍ୟମ୍ଭାବୀ

ଅବଶ୍ୟମ୍ଭାବୀ

1 min
168


    (୧) 

ବ୍ରହ୍ମରୁ ଝଂକୃତ ହୁଏ ପ୍ରଣବ ସଂଗୀତ, 

ଶୂନ୍ଯରୁ ନିନାଦିତ ଶଦ୍ଦର ଅମ୍ରୁତ, 

ମାଟି ଚିପୁଡ଼ି ଦେଲେ ଝରେ ଜୀବନ ଗୀତ, 

ନିଦାଘ ସୂର୍ଯ୍ୟରେ ଜଳେ ଜୀବନ ଯନ୍ତ୍ରଣା, 

କାକର ବିନ୍ଦୁ ରେ ହଜେ ଲୁହର ଠିକଣା, 

ଚନ୍ଦ୍ରିକାତପରେ ଦିଶେ ମନର ଆଇନା ।। 

        (୨) 

ଅନ୍ଧାରର ଗର୍ଭ ଚିରି ପରଶ ମାଟିର, 

ମନ୍ଦ୍ରହସ, ଧିର କଥା, ଚାଲି ମା'ଶକ୍ତିର, 

କଅଁଳ, ଚପଳ ବାଲ୍ଯର ବାଲିରେ ଘର, 

ଚଂଚଳ କୈଶୋର ମନ ସପନେ ବିଭୋର, 

ପଢିବାକୁ ପ୍ରଣୟ ଇତିହାସ ଅଧିର, 

ଆହ୍ଲାଦେ ଉନ୍ମାଦ କାହା ତନୁ ଭୂଗୋଳର ।

        (୩) 

 ବସନ୍ତ ସଜ୍ଜା ଯୌବନ ତପ୍ତ ଶୂନ୍ଯତାର, 

ପ୍ରତାରଣା ଯଦି ଫଗୁଣ ପ୍ରତିଶ୍ରୁତିର, 

ଉନ୍ମତ୍ତ ସମୁଦ୍ର ଶାନ୍ତ ବାଲୁକା ଶେଯର, 

ରଙ୍ଗୀନ ବୟସ ଲୋଡେ ଫୁଲର ବିଛଣା, 

ଫଗୁର ହାଟରେ ମିଳେ ପ୍ରୀତିର ଗହଣା, 

ଅବିରତ ପ୍ରବାହିତ ଆୟୁଷ ଝରଣା । 

       (୪) 

ମା' ପଣତ ଲୁଚେ ମଦାଳସା ଓଢ଼ଣାରେ, 

ଯୌବନ ଲୁପ୍ତ ରକ୍ତର ଫୁଲ ଫୁଟିବା ରେ, 

ପଥ ରେ ପଥର ପାଦ ଥକିଯିବା ପରେ, 

ମନ ମରେ ବୟସ ରଙ୍ଗ ମଉଳି ଗଲେ, 

ଅନ୍ଧାର ଆସେ ଆଲୁଅ ଲିଭି ହଜିଗଲେ, 

ଓଃ, ଶାନ୍ତି ମିଳିଯାଏ ଜୁଇର ଶୋଇଗଲେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics