STORYMIRROR

Amarananda Nayak

Thriller

3  

Amarananda Nayak

Thriller

ଓଁ ହ୍ରୀଂ ଦୁଂ ଦୁର୍ଗାୟୈ ନମଃ

ଓଁ ହ୍ରୀଂ ଦୁଂ ଦୁର୍ଗାୟୈ ନମଃ

1 min
256


ଶରତେ ଶାରଦା   ପାର୍ବଣ ଉତ୍ପନ୍ଯ

     ଶାରଦୀୟ ବର୍ଣ୍ଣ ବିଭା

ମଙ୍ଗଲ୍ଯ ମାଙ୍ଗଲ୍ଯେ  ସର୍ବାର୍ଥ ସାଧିକା

     ଏ ଧରାଧାମରେ ଉଭା ।


ଶୁଭ୍ରାଂଶୁ ଶୁଭାଙ୍ଗ    ସୁପ୍ରଭ ଗଗନେ

      କୌମୁଦୀ ଜହ୍ନର ଆଭା

ମାଟି ଅଗଣାରେ କାଶତଣ୍ଡି ନ୍ରୁତ୍ଯ

      ଅପୂର୍ବ ବର୍ଣ୍ଣିଳ ଶୋଭା  ।


ତ୍ରାସିତ ତ୍ରିଦଶ   ତ୍ରିପୁରୁ ବିଚ୍ଯୁତ

      କାତରେ ଆତୁର ସ୍ତୁତି

କ୍ରୋଧ ଜର୍ଜରିତ    ଦେବଙ୍କ ପିଙ୍ଗଳୁ

       ସମ୍ଭୁତା ଭୈରବୀ ଶକ୍ତି ।


ଅନଳୁ ସାଗର    ଆକାଶୁ ପ୍ରାନ୍ତର

       ପିଙ୍ଗାକ୍ଷୀ ଦୀର୍ଘାଙ୍ଗୀ ବ୍ଯାପ୍ତ

ଉନ୍ମୁକ୍ତ କେଶିନୀ  ବିଚିତ୍ର ବେଷ୍ଟନୀ

       କୁଙ୍କୁମ ମର୍ଦ୍ଦନୀ ମାତ ।


କେଶରୀ ବାହିନୀ    ଘର୍ଘର ନାଦିନୀ

       ଖର୍ପର ଧାରିଣୀ ବାଳା

ତ୍ରିଶୂଳ ଧାରିଣୀ   ରୁଧିର ପିଆସୀ

       ଗଳାରେ ନ୍ରୁ ମୁଣ୍ଡ ମାଳା  ।


ଦେବତୀ ଦେବାଂଶୀ  ବିନ୍ଧ୍ୟ ବିଳାସିନୀ

       ଦାନବ ଦଳିନୀ ମତେ

ନ୍ରୁତ୍ଯ ବିଳାସିନୀ   କୋକିଳ ଭାଷିଣୀ

       ମନ୍ଥର ଗାମିନୀ ମର୍ତ୍ତ୍ଯେ ।


ସ ବୀର୍ଯ ସବର୍ଯ୍ଯ    ସବୟାଃ ସଦ୍ଯେଷ୍ଠ

       ସର୍ବଜ୍ଞା ସର୍ବାସ୍ତ୍ର ହସ୍ତେ

ବିଭ୍ରକ୍ଷେ ବିଭ୍ରିକ୍ଷା   ସବେଗେ ସର୍ପିଣୀ

      ଅରଣ୍ଯେ ସମର ରତେ ।


ଶୁମ୍ଭ ଓ ନିଶୁମ୍ଭ    ଦାନବ ନିଧନେ

     ସଂଗୀତ, ନର୍ତ୍ତକୀ ଛନ୍ଦେ

ରକ୍ତବୀଜ ରକ୍ତ    ପିପାସୁ ଜିଘାଂସା

     ତ୍ରିଶକ୍ତି ରୂପକୁ ବନ୍ଦେ ।


ଗଭୀର ନିଶୀଥେ   କାମନା ଜନ୍ମିତ

    ମହିଷ ନିର୍ମୁଳ ଅର୍ଥେ

ବିମୂଢ଼ ବିଭ୍ରମ    ବିଭ୍ରମୀ ବିଭ୍ରଷ୍ଟ

    ନିର୍ଲିନ ମହିଷ ଅନ୍ତେ ।


ବିମୋକ୍ଷ ପ୍ରାପତ    ତ୍ରାସିତ ଜଗତ

    ଶୁଭଦେ ବରଦେ ମାଆ

 କମଳା ବିମଳା   ଶାରଳା ମଙ୍ଗଳା

    ତ୍ରିତାପ ହାରିଣୀ ସାହା ।


 ମହିଷା ମର୍ଦ୍ଦନୀ    ଦୁର୍ଗତି ଖଣ୍ଡନୀ

     ଅପ୍ରାଧ ମାର୍ଜନା କାମ୍ଯ

ସଙ୍କଟ ତାରିଣୀ     ଜଗତ ବନ୍ଦିନୀ

     ନିର୍ବାଣ ଦାୟନି ନମଃ ।


Rate this content
Log in

Similar oriya poem from Thriller