STORYMIRROR

PRABINA KU, KHADANGA

Inspirational Thriller

4  

PRABINA KU, KHADANGA

Inspirational Thriller

ନାରୀ ଜୀବନ

ନାରୀ ଜୀବନ

1 min
259

ନାରୀ ଜୀବନଟା ନୁହଇ ସହଜ

ଚାଲନ୍ତୁ ଦେଖିବା ଥରେ

କେଡେ ହୀନିମାନ ଜୀବନ ତାହାର

ଏଇ ଆମ ସମାଜରେ ।

ଜନ୍ମ ଠାରୁ ଯାତନା କଳଙ୍କ କାଳିମା

ଦେହେ ଲଗାହୁଏ ତାର

ଏନ୍ତୁଡ଼ିଶାଳରୁ ମଶାଣି ପର୍ଯ୍ୟନ୍ତ ଶୁଭେ

ଆତୁର କ୍ରନ୍ଦନ ଚିତ୍କାର ସ୍ୱର ।

ନାହିଁ ଆହା ପଦେ କହିବାର ପାଇଁ

କିଏ ଅବା ଆଉ କେଉଁଠି

ତଥାପି ସଂଘର୍ଷ ଭିତରେ ଜୀବନ

ଏଡ଼ାଇ ଜମା ନ ହୁଏଟି ।

ସମାଜର କେତେ ନିନ୍ଦା ଅପବାଦ ଭୟ

ପାଦେ ପାଦେ ଥାଏ ସିଉଳି

ଅଜାଣତେ ଯଦି ଗୋଡ ଖସିଯାଏ କେବେ

ଯାଏ ଅନାୟସେ ମଉଳି ।

ସୁଖ କେତେ ଲେଖା କପାଳେ ତାହାର

ଅଦୃଶ୍ୟ ପାପୁଲି ଗାର

ଦୁଃଖ ଆସି ବସା ବାନ୍ଧି ଦେଇ ଯାଏ

ଯନ୍ତ୍ରଣା ଦିଅଇ ପ୍ରଚୁର ।

ଭାଗ୍ୟ ଭବିଷ୍ୟତ କେବେ ନୁହଇ ନିଜର

ସମୟ ସହ ବଦଳୁ ଥାଏ 

ନିଜର କୋହକୁ ମନ ତଳେ ଚାପି

ସମାଜେ ବଞ୍ଚିବାକୁ ହୁଏ ।

ଅନ୍ୟକୁ ହସ ଖୁସି ବାଣ୍ଟିବାର ପାଇଁ

ନିଜେ ସଳିତା ହୋଇ ଜଳେ

ତଥାପି ମୁଣ୍ଡାଏ ଅପବାଦ କେତେ

ସାଜି ଉଆଁସି କଳଙ୍କ କାଳେ ।

ନାହିଁ ଇଚ୍ଛା କିଛି ସ୍ଵାଧୀନ ଜୀବନ

ବନ୍ଦିନୀ ସେ ସମାଜ କାରାଗାରେ

କିଛି ଦୋଷ ନଥାଇ ଦଣ୍ଡ ଭୋଗୁଥାଏ

ଲୁହ ପିଇ ପିଇ ଆଞ୍ଜୁଳାରେ। 

ନାରୀର ଜୀବନ ସମାଜ କୈନ୍ଦ୍ରିକ ଶାସନ

ବନ୍ଧାହୁଏ ଅନ୍ୟହାତରେ

ତଥାପି କର୍ତ୍ତବ୍ୟ କରୁଥାଏ ନିତି ନିତି

ଜୀବନ ସମର୍ପି ଅନ୍ୟ ପାଖରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational