Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Romance Tragedy

4  

PRABINA KU, KHADANGA

Romance Tragedy

ଅଲୋଡ଼ା ପ୍ରେମ

ଅଲୋଡ଼ା ପ୍ରେମ

1 min
388


ଭୁଲିବାକୁ ଚାହେଁ ମୋ ମନୁ ତୁମକୁ 

ହେଲେ ପାରୁ ନାହିଁ ଭୁଲି

ଦୂରେଇ ଦେଲ ପର କରିଦେଇ

ଏକା କରି ଗଲ ଚାଲି ।


ଭାବିଲନି କେମିତି ବଞ୍ଚିବି ଅବା

ତୁମେ ଚାଲି ଗଲାପରେ

ହାରିଯାଏ ମୃତ୍ୟୁ ମୋ ପାଖେ

ତୁମ ସ୍ମୃତି ଆଢ଼ୁଆଳେ ।


ଭୁଲିଗଲ ଆମ ସମ୍ପର୍କ ଡୋରି

କେଉଁ ଲୋଭରେ ମାତି

ଭାଙ୍ଗିଦେଲ ବାଲିଘର ଅବା

ବଡ଼ କୋଠାବାଡ଼ି ଦେଖି ।


ତୁମ ପରିଚୟ ପାଖେ ଭୁଲିଗଲି

ଯେବେ ମୁଁ ନିଜର ଠିକଣା

ଖୋଜୁ ଖୋଜୁ ନିଜେ ହଜିଗଲି 

ଦେଖ ହୋଇଗଲି ବାଟବଣା ।


ବିଚ୍ଛେଦ ଦୁଃଖକୁ ବୋଧେ ଜାଣିନାହଁ

କୋଟି ଘାଟର ସେ ଜ୍ଵାଳା

ହୁଏ ଜର୍ଜରିତ ମନ ଛଟପଟ

ତୁମକୁ ହରେଇ ପରା ।


ମୃତ ଆଜି ଆମ ଅତୀତ ମୁହୂର୍ତ୍ତ

ଜଳିଯାଏ ସ୍ମୃତି ଅନୁଭୂତି

ଟୁକୁଡ଼ା କରି ଚିରି ଦେଲ ହୃଦୟ

ଆଉ କାହା ପ୍ରେମେ ମାତି ।


Rate this content
Log in

Similar oriya poem from Romance