Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta Das

Romance

4  

Susanta Das

Romance

ପ୍ରେମ

ପ୍ରେମ

1 min
307


ତମେ ମତେ ଖୋଜୁଥିଲ ତମାମ ସହର

ନିଘଞ୍ଚ ଜଙ୍ଗଲ, ନଈ ଓ ଆକାଶ

ମୁଁ କିନ୍ତୁ ତମ ଭିତରେ 

ଚେକାପକେଇ ବସିସାରିଥିଲି

ସେବେଠୁ'


ତମେ କହିଲ ଏଇ ଦେଖ

ମୋର ସବୁ ଲୋମ କୂପରେ

ଉତ୍ତାଳ ଢେଉ

ନିଶ୍ବାସରେ ନହର

ବେପଥୁ ପାଦ ଓ ପାହୁଣ୍ଡ

ମୁଁ କିନ୍ତୁ ଏସବୁ ଭୋଗିସାରିଥିଲି

ସେବେଠୁ'


ତମେ ପଚାରିଲ 

ତମର ହେବି କି ମୁଁ

ନିରେଖି ଦେଖୁଥିଲି

ତୁମ ଆଖିରେ ଗୋଟେ

ଗୋଟେ ଆଶା ଓ ଆଶଙ୍କାର ଚିତ୍ରକଳ୍ପ

ମୁଁ କିନ୍ତୁ ଆସନ ଜମେଇ ବସିସାରିଥିଲି

ତମ ଛାତିରେ ସେବେଠୁ ।।


Rate this content
Log in

Similar oriya poem from Romance