STORYMIRROR

Susanta Das

Others

4  

Susanta Das

Others

ମନ୍ତୁରା ଡୋର

ମନ୍ତୁରା ଡୋର

1 min
318

କିଛି ଅସଜଡା ଡୋର

ଅନାବନା ମାଳି

ନାଲି, ନେଳି କପଡାର

ମହାର୍ଘ ରୋଷଣୀ,

କେଉଁ ମନ୍ତ୍ରରେ ମନ୍ତୁରା

ସମ୍ପର୍କର ଡେଉଁରିଆ

ଛିଡେଇଲେ ସହଜେ ଛିଡେନି। 


ସେ' ବି ଏମିତି ସମ୍ପର୍କ

କାଳେ ଝୁଣ୍ଟିପଡିଥିବ, ଭାବିଲେ

ନିଶ୍ବାସ ଅଟକିଥାଏ,

ଆଖିରେ ଲୁହ ଆସିଥିବ

ଏଠି ଶ୍ରାବଣ ଲଟକିଯାଏ। 


ତମେ ଦେଖିଛ ନା ହସରୁ ତା' 

ମିଠା ମୁଆଁ ଗଡିଗଡି ଆସେ,

ଏ ମାଟିରୁ ବାସ୍ନା ବାରି

ଜହ୍ନ ସେଠି କିରି କିରି ହସେ।


ଗୋଟେ ଛିଙ୍କ ନସରୁଣୁ

ତା' ଫୋନ ଆସେ,

କିଏ କୋଉଠି ଉପାସରେ ଥିବ

ଇଚ୍ଛା ନଥିଲେ ବି

ବଳେଇକି ଖାଇବସେ।

ନିହାତି ଛୋଟ ଦୁନିଆରେ

ଭାଇ ତା' ଯେ ଢେର ପାରିବାର

ଗୋଟେ ଖିଆଲରେ ବନ୍ଚେ।


ଦୁନିଆ ଯାକର ଯେତେ ଦିଅଁ

ତା' ଭୋଗ ଥାଳିଆକୁ ଆସନ୍ତି ଓହ୍ଲେଇ,

ଥାଳିରେ ସଜଥାଏ ନଡ଼ିଆ, କଦଳୀ

ଧୂପ, ଦୀପ, ଆଉ ଗିନାଏ ମାନସିକ

ବଢାହେଇଥାଏ ଖାସ ଭାଇ ପାଇଁ ।


ଏବେ କୁହ କା' ହାତର କେତେ ବଳ

ପାରେ ସେଇ ସୂତାକୁ ଛିଡେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍