STORYMIRROR

Susanta Das

Others

3  

Susanta Das

Others

ପତ୍ର ଝଡିବାର ବେଳ

ପତ୍ର ଝଡିବାର ବେଳ

1 min
78

ଉଡିଯାଆ ପକ୍ଷୀ ମୋ'ର

ପତ୍ରସବୁ ଝଡିବାର ବେଳ ଇଏ


ମସ ମସ ଡାଳରେ ଯୁଆନ

ପୋକଙ୍କ ବାଜି-କସରତ,

ପାଣିଚିଆ ଜହ୍ନରାତି

ଲୋଚାକୋଚା କନ୍ଥା ପରି

ସାମନା ଆକାଶ।


ଧୂସରିଆ କାନ୍ଥରଂଗ ଭଳି

ଚିକମିକ ଖରାସହ ଆକାଶର 

ଗୁପ୍ତ ବୁଝାମଣା,

ପବନର ମିଛ-ଆଖିଠାର

ମେଘସବୁ ଏବେ ବାଟବଣା।


ବତୁରା କାଠ, ଓଦା ଚୁଲି

ପବନର ମାୟାବୀନି ଖେଳ,

ବୁଝୁନାହୁଁ ଧନ ମୋ'ର

ଏବେ ନିଆଁ ଲିଭିବାର ବେଳ। 


ଏବେଳରେ ପକ୍ଷୀ ଆରେ

ବାକି ଅଛି କହ କୋଉ ଗୀତ?

ସୂରରେ ତୋ' ଭଳିଯିବ କାଳ,

ଯା' ଉଡି ଯା' ଏବେ ପତ୍ର ସବୁ

ଝଡିବାର ବେଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍