Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Romance

4  

SUJATA DAS

Romance

ଭାବ

ଭାବ

1 min
354


ପ୍ରୀତି କୁସୁମର

   ପାଖୁଡ଼ାରେ ସଜା

     ହୃଦୟର କୁଞ୍ଜବନ,

ସେଇ କୁଞ୍ଜବନେ

   ପ୍ରୀତିର ରାଗିଣୀ

     ପୁଲକିତ ହୁଏ ମନ ।

ପ୍ରାଣ ପକ୍ଷୀ ଖୋଜେ

   ହୃଦୟ ସ୍ପନ୍ଦନ

      ହୃଦ ଖୋଜେ ପ୍ରିୟତମା,

ଭାବ ସାମ୍ରାଜ୍ୟର

   ଅମୁଲ୍ୟ ନିଧି ସେ

     ନିୟତିର ସରଞ୍ଚନା ।

ଆଗମନେ ତାର

   କୁସୁମିତ ହୁଏ

     ବସନ୍ତ ମହକି ଯାଏ,

ଜୋଛନା ବରଷେ

    ଶୀତଳ ମଧୁର

      ମେଘ ବି ମହ୍ଲାର ଗାଏ ।

ପୁଲକରେ ଭରେ

    ଦେହ ମନ ପ୍ରାଣ

       ଅଜଣା ସେ ଶିହରଣ,

ତା ମିଠା ପରଶେ

   ଫୁଟେ ପାରିଜାତ

      ଅନୁରାଗେ ପ୍ରତିକ୍ଷଣ ।।


Rate this content
Log in

Similar oriya poem from Romance