ହେ ପ୍ରିୟତମ
ହେ ପ୍ରିୟତମ
ହେ ପ୍ରିୟତମ ମଣିଷ ଉତ୍ତମ
ମୋ ମନ ପିୟୂଷ ଧାରା,
କୋଟି ପୁଣ୍ୟ ବଳେ ତୁମକୁ ଲଭିଛି
ଇଶ୍ବରଙ୍କ ସମ ପରା l
ଭରି ରଖିଛି ମୁଁ ପ୍ରୀତିର ପସରା
ପ୍ରୀତି ଭାଣ୍ଡେ ମୋର ଧରି,
ସମର୍ପି ଦେବି ମୁଁ ତୁମ ଚରଣରେ
ମଧୁ ପଡୁଥିବ ଝରି l
ଉଚ୍ଚାଟନ କରେ ଆଖିର ପଲକ
ଉଚ୍ଚାଟନ କରେ ମନ,
ମିଳନେ ମୋ ଅଳି ହେଉଥାଏ ଭାଳି
ଅପେକ୍ଷାରେ କାଟେ ଦିନ l
ବକ୍ଷସ୍ଥଳେ ମୋର ପ୍ରୀତିର ଜୁଆର
ଢେଉ ଭାଙ୍ଗେ ଦିବାନିଶି,
ହେ ପ୍ରିୟତମ ତୁମେକି ବୁଝନା
ବିରହ ଯାତନା ଭିତି l
କର ଧରି ମୋର ସୁବର୍ଣ୍ଣ ମୁଦ୍ରିକା
କେବେ ପିନ୍ଧାଇବ ପ୍ରିୟ,
ନିସଙ୍ଗ ମୁହୂର୍ତ୍ତେ ହୃଦୟ ମୋ ପିଡା
ଅନଙ୍ଗ ଜ୍ବଳନେ ଦେହ l
ପ୍ରିୟ ସୁକୁମାର ହୃଦୟ ଭାସ୍କର
ପ୍ରାଣ ଦେବତା ହେ ମୋର,
ଅରପୁଛି ତୁମ ନାମେ ମୋର ସର୍ବ
ଆପଣାର ମୋତେ କର ।।