STORYMIRROR

Chandrakanta Jena

Drama Romance Tragedy

4  

Chandrakanta Jena

Drama Romance Tragedy

ତୁମେ ନାହଁ ବୋଲି

ତୁମେ ନାହଁ ବୋଲି

1 min
23

ଏଠି ଏବେ ଖୁବ୍ କୋଳାହଳ......
ତୁମେ ନାହଁ ବୋଲି ,
ମଳୟ ଯେ ଅସ୍ଥିର ହେଲାଣି
ଗଛ ମାନେ ବି ଡାଳପତ୍ର ଝାଡ଼ିଲେଣି 
ପକ୍ଷୀମାନେ ମେଳି ବାନ୍ଧିଲେଣି
ବିପ୍ଳବ କରିବା ପାଇଁ,
ଜହ୍ନ ବି ବୋଧେ ମୁହଁ ଫୁଲେଇଲାଣି
ସେଥିପାଇଁ ସନ୍ଧ୍ୟା ଆସୁନାହିଁ ଆଉ ଅସ୍ତ ଯାଉନାହିଁ ରବି ।
ଗୋରୁ ପଲ ବି ଫେରିନାହାନ୍ତି ଚରାବୁଲା ସାରି
କେଜାଣି କାହିଁକି ଏ ପ୍ରକୃତି ଆଜି
ଶ୍ୱାସରୁଦ୍ଧ ଲାଗେ...
ତୁମେ ନାହଁ ବୋଲି ।

ନଦୀ ଆଜି କାଇଁ ଉଜାଣି ବହୁଛି
ହେମଗିରି ତରଳିଲା ପରି,
କିନ୍ତୁ ସେ ଶୀତଳତା ନାହିଁ ଗଭୀର
ଜଳରାଶିର ନଦୀ ଗର୍ଭରେ ....।
ନଦୀପଠା କାସତଣ୍ଡି ଫୁଲରେ ହୋଇଲାଣି ଭରି,
କିନ୍ତୁ ଆଶ୍ଵିନ'ତ ଆସିନାହିଁ ...?
ଆସିନାହିଁ ବି ଶ୍ରାବଣ..,
ତଥାପି ବାରିଧାରା ବହିବାରେ ଲାଗିଛି...
ଶୁଷ୍କ ମାଟିକୁ ଭିଜାଇବା ପାଇଁ,
କିନ୍ତୁ ଭିଜେ ନାହିଁ ମାଟି ଆଉ ବାଲି
ସେଥିପାଇଁ'ତ ବାଲିଝଡ଼ ବହିବାରେ ଲାଗିଛି ।
ତୁମେ ନାହଁ ବୋଲି ।

ଆଜି ବେସୁରା ଲାଗୁଚି କେନ୍ଦରାର ସୁର,
ଆଉ ଟୁଙ୍ଗିଘରେ କୁବୁଜିର ତାଳ ।
ଖୁଲଣା ସୁନ୍ଦରୀ ପୃଷ୍ଠା ହିଁ ଲେଉଟେ
କିନ୍ତୁ ଗୋଟିଏ ବି ଶବ୍ଦ ମୁଖରେ ଆସେନି,
ମୁଖରେ ଆସେନି ସଙ୍କୀର୍ତ୍ତନର ଛାନ୍ଦ, ଚମ୍ପୁ ,ଓଡ଼ିଶୀ
ସବୁକିଛି ଅସଜଡ଼ା ଲାଗେ
ତୁମେ ନାହଁ ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama