STORYMIRROR

Chandrakanta Jena

Drama Romance Fantasy

4  

Chandrakanta Jena

Drama Romance Fantasy

ମର୍ତ୍ତ୍ୟେ ସମ ନାହିଁ କେହି

ମର୍ତ୍ତ୍ୟେ ସମ ନାହିଁ କେହି

1 min
391

କ୍ଷୀର ସମ ଗୌର ଅଙ୍ଗ ତୋ ସୁଶୀଳା

ଝଲସେ ଶୀତଳ ଜ୍ୟୋସ୍ନା

ରୂପ ବିନ୍ୟାସରୁ ଝରଇ ଅମୃତ

ହୃଦୟର ବଢେ ତୃଷ୍ଣା  !!


ଚକ୍ଷୁ ଅଗ୍ରଭାଗେ କଜ୍ୱଳ ବିରାଜେ

ଆଷାଢ଼ ଭସା ବଉଦ

ଚାହାଣୀ ଇସାରା ପୂର୍ଣ୍ଣ ଘଡ଼ା ସୁରା

ଝୁମେ ମନ ଝୂମେ ପାଦ !!


ସୂକ୍ଷ୍ମ ତରୁ ଲତା ବହଳ ଭୃଲତା

କୃଷ୍ଣକାୟ ମେଘ ଖଣ୍ଡ 

ବହି ଯାଏ ସଦା ଅଙ୍ଗେ ପ୍ରୀତି ସୁଧା

ପୂର୍ଣ୍ଣ କରି ପ୍ରେମ ଭାଣ୍ଡ  !!


ନାକେ ନାକ ଗୁଣା ସତେ ମନ କିଣା

ସୌନ୍ଦର୍ଯ୍ୟର ବୃଦ୍ଧି ପାଏ

ଅବର୍ଣ୍ଣା ସେ କନ୍ୟା ଅନ୍ୟୁନ ଯୌବନ୍ୟା

ଦର୍ଶନେ ମୁଁ ମୂର୍ଚ୍ଛା ଯାଏ  !!


ଓଠ ସେତ ଗଢା ରକ୍ତିମ ପାଖୁଡ଼ା

ସୁବାସ ଦେଉଛି ମେଲି

ସ୍ପର୍ଶ ବାରେ ମନ ହୁଏ ଉଚାଟନ 

ବାଧା ବନ୍ଧ ଯାଏ ଭୁଲି  !!


ରେଶମୀ କବେରୀ ପୁଷ୍ପ ମାଳ ପାରି

ବାନ୍ଧିଛି ଅପୂର୍ବ ଗଭା

ଚକା ଜହ୍ନ ପରି ଚିକ୍ ମିକ୍ କରି

ସୂର୍ଯ୍ୟାଲୋକେ ହୁଏ ଉଭା  !!


ତ୍ରିପୁରେ ଚହଳ ଏକ ସେ ଚାଉଳ

ଅନନ୍ୟା ତରୁଣୀ ସେହି

ପାଦ ଠାରୁ ମୁଣ୍ଡ ନିଖୁଣ ସେ ପିଣ୍ଡ

ମର୍ତ୍ତ୍ୟେ ସମ ନାହିଁ କେହି  !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama