STORYMIRROR

Chandrakanta Jena

Romance Tragedy

3  

Chandrakanta Jena

Romance Tragedy

ନବୀନ ବୟସୀ

ନବୀନ ବୟସୀ

1 min
144


ନବୀନ ପ୍ରଭାତେ ନବୀନ ବୟସୀ 

ନବ ବସ୍ତ୍ର ପିନ୍ଧି ଦେଲେ ସ୍ମିତ ହସି

ନବ ନାଗର ମୁଁ ନବ ଯଉବନେ

ନବ ପ୍ରେମ ଫାନ୍ଦେ ପଡ଼ିଗଲି ଖସି !!


ନବୀନ ସେ ନାରୀ ବାରେ ନବ କରି

ନବ ସ୍ପର୍ଶ ଦେଲା ହେଉଛି ଗୋ ଝୁରି

ନବ ସେ କୁସୁମ ଶିରେ ମଣ୍ଡି କରି

ନବ ଫୁଲି ଗଭା ଦେଇ ଅଛି ପାରି !!


ନବୀନ କୁଙ୍କୁମ ଭ୍ରୂଲତା ସଜାଇ

ନବ କଜ୍ଵଳରେ ଚକ୍ଷୁ ବିରାଜଇ

ନବ ପଲ୍ଲବୀ ସେ ଲାଜେ ଅବନିକା

ନବ ଅଳତାର ଦାଉ ଦାଉ ଚିତା !!


ନବୀନ ଝୁମୁକା ଗଣ୍ଡ ଅଗ୍ର ଭାଗେ

ନବ ଆକର୍ଷିତ ଆକର୍ଷଣ ମାଗେ

ନବ ସେ ପାଉଁଜି ନାଇ ଅଛି ପାଦ

ଶବଦରେ ଫୁଲେ ସ୍ପନ୍ଦନ ଓ ହୃଦ !!



Rate this content
Log in

Similar oriya poem from Romance