STORYMIRROR

paramananda tripathy

Romance

4  

paramananda tripathy

Romance

ତୁମକୁ ଦେଖିବା ପରେ

ତୁମକୁ ଦେଖିବା ପରେ

1 min
64


ତୁମକୁ ଦେଖିବା ପରେ -

ରୂପ ବଦଳିଲା ଠାଣି ବଦଳିଲା

ଜଳି ମଲି ସରମରେ     ।।୦।।

ତୁମକୁ ଦେଖିବା ପରେ -

ଶାଢ଼ୀ ମୁଁ ପିନ୍ଧିଲି ଚୁଡି ମୁଁ ପିନ୍ଧିଲି

ପାଦରେ ଅଳତା ଗାର

ଗଭାରେ ଗଜରା ରୂପ ସମ୍ଭାରରେ

ସୀମନ୍ତେ ଟାଣି ସିନ୍ଦୂର

ଅଳସୀ-ନାୟିକା ଠାଣି

କିଏ ତୁମେ ସେହି ରୂପ ସୌଦାଗର

ପ୍ରୀତି ପ୍ରେମେ ନେଲ କିଣି ।।୧।।

ତୁମକୁ ଦେଖିବା ପରେ -

ହଳଦୀ ମାଖିଲି ରଞ୍ଜା,ମଜା ହେଲି

ତନୁ - ପାତଳୀ ରୂପରେ

ସିଂହକଟୀ ରାଜହଂସୀ ଚାଲି ମୋତେ

ଆନମନା କଲା ଧୀରେ

ଅଧୀରେ ଉଚ୍ଚାଟ ମନା

ପଞ୍ଚ-ସାୟକରେ ଚିତ୍ତ ଚୋରୀ କଲ

ହେଳେ ନ ପଡିଲା ଜଣା ।।୨ ।।

ତୁମକୁ ଦେଖିବା ପରେ -

ମେହେନ୍ଦି କରିଲି କଜ୍ଜଳ ପିନ୍ଧିଲି

ରୂପ ମାଜି ଆଇନାରେ

ନିଦ ମୋ ହଜିଲା ରାତି ସାଥି ହେଲା

ଛଟ ପଟ ଶେଯ 'ପରେ

ଆଭାସି ସ୍ବପ୍ନ କୋଳରେ

ଦେଖୁଥିଲି ତୁମେ ଆସୁଥିଲ ଚଢି

ପକ୍ଷୀରାଜ ଘୋଡ଼ା 'ପରେ

ତୁମକୁ ଦେଖିବା ପରେ

ରୂପ ବଦଳିଲା ଠାଣି ବଦଳିଲା

ଜଳି ମଲି ସରମରେ

ତୁମକୁ ଦେଖିବା ପରେ ।।୩ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance