STORYMIRROR

subrat kumar jena

Abstract Romance Others

3  

subrat kumar jena

Abstract Romance Others

ତୁମେ ଜହ୍ନ ମୁଁ ରାତି

ତୁମେ ଜହ୍ନ ମୁଁ ରାତି

1 min
265


ତେଣିକି ନୀଳ କଇଁ ଯେତେ ଋଷୁଛି ଋଷୁ,

ମୁଁ କିନ୍ତୁ ଅପେକ୍ଷା କରିଥିବି ସେଇ ମଳୟ ପବନକୁ,

ସାରା ଦେହଟା ଯେତେବେଳେ ଅବଶ ହୋଇ ଆସୁଥିବ,

କ୍ଲାନ୍ତିର ଚିହ୍ନ ସାରା ଦେହରେ ଛାଡୁଥିବ ରଙ୍ଗର ଛିଟା,

ମୁଁ କିନ୍ତୁ ମତୁଆଲା ହେଉଥିବି...

ତୁମର କଥାକୁ ଭାବି ଭାବି ଅଜବ ଶିହରଣରେ,

ସମସ୍ତେ ତ କଟାକ୍ଷ କରନ୍ତି ବିଚରା ଭ୍ରମରକୁ,

ହେଲେ ଥରେ ଭାବି ଦେଖିଲ ......

ଫୁଲ କଣ ସେତିକି ଉତ୍ତେଜିତ ହୁଏନି ଭ୍ରମର ଲାଗି।

ତାହେଲେ ଦୁନିଆଯାକର ଏତେ ଅପବାଦ ତାଲାଗି,

ହେଲେ କଣ ହେବଜେ !

କିଏ କଣ ଅଲଗା କରାଇ ପାରେ ଫୁଲକୁ ତାଠୁ।

ଏଇତ ପ୍ରେମ,ନିବିଡ଼ତା ପବିତ୍ର ସମ୍ପର୍କର,

ଯୋଉଠି ଏତେ ନିନ୍ଦା ପରେବି ଭାଙ୍ଗିଯାଏନି ସେ,

ବରଂ ନୂଆକରି ସ୍ବପ୍ନ ଦେଖେ ଯେତେଥର ସ୍ବପ୍ନ ତାର ଭାଙ୍ଗେ,

ତୁମେ ଆସ ଏମିତି ଲୁଛି ଛପି ହେଉ ପଛେ,

ବାଦଲର ଉହାଡରୁ ମୁଁ ଦେଖୁଥିବି ତୁମକୁ,

ମୋର ଲୋଡ଼ା ନାହିଁ ମଲ୍ଲୀ ଅତର ର ବାସ,

ମୁଁ ଏମିତି ଚାହିଁଥିବି ତୁମର ପଥକୁ,

କାନ ଡେରିଥିବି ଶୁଣିବାକୁ ତୁମର ପ୍ରତିଟି ପାଦର ଶବ୍ଦକୁ।

ଆଉ ପ୍ରତୀକ୍ଷା କରାଅନି,

ଶେଷ କରି ଚାଲି ଆସ ବସନ୍ତର ଦୁଃଖକୁ ବୁଝି,

ଅନ୍ତତଃ ଥରେ କୋଇଲିର ଡାକକୁ ଶୁଣ,

କେତେ ଦିନ ହଳଦୀ ଲଗାଇ ତୁମବାଟ ଚାହିଁବ ହଳଦୀ ବସନ୍ତ,

ତୁମେ ଆସ,ତୁମଲାଗି ମୁଁ ସର୍ବଦା ପ୍ରସ୍ତୁତ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract