STORYMIRROR

Sarita Senapati

Romance Others

3  

Sarita Senapati

Romance Others

ଅନୁରାଗ

ଅନୁରାଗ

1 min
263

ଆକାଶଟା  

ଲାଗେ ଆଜି ଫିକା ଫିକା,

ଫଗୁଣ ରଙ୍ଗର

ଫଗୁରେ ଫଗୁରେ ଫିନ୍ ଫିନ୍

ସତେକି; 

କାମିନୀ କଳ୍ପର କୃଷ୍ଣଚୂଡ଼ା !


ମୁଁ

ତୁମମୟରେ ଆଚ୍ଛନ୍ନ

ତୁମେ ଥରେ ଆସନ୍ତା କି !

ଶାନ୍ତିର ବାରତା ନେଇ

ମୋ' ନୟନ ନାୟକ ହୋଇ,

ବିବର୍ଣ୍ଣ ଭୂଇଁରେ  

ମର୍ମେ ମର୍ମେ ବିଦ୍ୟମାନ ହେଇ !!


ମୁଁ ଭୁଲି ଯା'ନ୍ତି 

ସକାଳ କି ସନ୍ଧ୍ୟା  

ଦିନ ଅବା ରାତ୍ରି

ମୋ' ମନରେ 

ତୁମ କଳାରଙ୍ଗର 

ଦାଗଦେଇ ଫେରିଯା'ନ୍ତ 

ତୁମ ପ୍ରେମମୟ  

ମରୁ ପରିଧିକୁ !!


ବଂଶୀର ସୁର, ଆଉ 

କଳା ରଙ୍ଗର ଦାଗରେ  

ମୁଁ କାଟି ପାରନ୍ତି ମୋର 

ବଳକା ଜୀବନ 

ତୁମ ପ୍ରେମର ସ୍ମୃତିରେ !! 

ଝରି ପଡୁଥାନ୍ତା  

ତୁମ ଚରଣରୁ   

ପ୍ରେମ ସୁଧା ନିଧି !!


ପ୍ରମୋଦ ପ୍ରକାଶରେ 

ଯୁଗଳ ନୟନ ମୁଦିହେଇ 

ସନ୍ତର୍ପଣ ସମର୍ପଣେ 

ଗଢନ୍ତି ଏକ ସୁନ୍ଦର ଦୁନିଆ । 


ହେଇ !

କହୁ ପଛେ 

ଏ ଦୁନିଆ କଳଙ୍କିନୀ

କହୁ ପଛେ 

ଏ ଦୁନିଆ ବିଷକନ୍ୟା

କହୁ ପଛେ 

ମୋତେ କାହାର ପ୍ରେମିକା  

ତୁମ ଅନୁସରଣ ଗାମୀ ହେଇ

ବିତେଇବି ଜୀବନ,

ମୋର ଏକମାତ୍ର କାମ୍ୟ !


ଫେରି ଆସ  

ଆସି,ଥରେ କୁହ 

ତୁମ ସହ ମୋର ସମ୍ପର୍କର 

ଆଭିମୁଖ୍ୟ କ'ଣ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance