STORYMIRROR

Sarita Senapati

Fantasy

4  

Sarita Senapati

Fantasy

ମେଞ୍ଚା ମେଞ୍ଚା ସ୍ବପ୍ନ

ମେଞ୍ଚା ମେଞ୍ଚା ସ୍ବପ୍ନ

1 min
405

ମେଞ୍ଚା ମେଞ୍ଚା

ସ୍ବପ୍ନ ଗହଳିରେ

ଯେବେ ନିଜକୁ ଖୋଜୁଛି,

ନିଜର ଅବସ୍ଥିତିକୁ ଖୋଜିବାକୁ

ଯେତେଥର, ଯେତେବେଳେ

ଚେଷ୍ଟା କରିଚି,

ଚେଷ୍ଟାରେ ବିଫଳ ହେଇ

ନିଜକୁ ହରେଇଛି,

ହରେଇଛି ନିଜ ଅତର୍କିତ ଅତୀତକୁ ।

ଅତୀତର ଲେଲିହାନ ଶିଖାରେ

ଝାପ୍ସା ଝାପ୍ସା,ଜଳ ଜଳ

ପ୍ରତିବିମ୍ବର ପ୍ରତିଛବି,

ପ୍ରତିଛବିର ପ୍ରତିଲିପି

ମତେ ବ୍ୟତିବ୍ୟସ୍ତ କରି ଦେଉଛନ୍ତି ।

ଆଖିର ନଈ ଦାଢରେ,

ଅଶ୍ରୁଧାର କୂଳ ଲଙ୍ଘିବାକୁ

ପ୍ରତିଥର ଚେଷ୍ଟା କରିଛି

ଏକ ଲକ୍ଷ୍ୟ ହରା ଲମ୍ପଟ ପରି

ଶୂନ୍ୟତାରେ ବି

କାହାର କାନକୁହା କଥା,

ଆଉ,କାଗଜ ଫୁଲର ମହକରେ ମହକାଇଛି କିଛିଟା ମୁହୂର୍ତ୍ତକୁ !

ଏ ନିରୀହ ହୃଦୟକୁ

ନିରୀକ୍ଷଣ କରି

ସୁନ୍ଦର ସୃଷ୍ଟିର ଅନୁରାଗକୁ

ବ୍ୟକ୍ତ କରିବା ,

ମୋର ପରିସୀମାର

ଲକ୍ଷ୍ମଣରେଖା ଡେଇଁଯାଏ,

ହେଲେ,

କିଛି ଧିମା ଧିମା ଜ୍ୟୋତିର

ଆଲୋକ ବି

ନିରୁଦ୍ଧିଷ୍ଟ ପରି ନିରୁପାୟ,ନିର୍ନିମେଶ

ଆଲୋକିତ କରିବା ବାହାନାରେ

ନିଜକୁ ଅନ୍ଧାରରେ

ଘୋଡେଇ ଦେଇଯାଏ !!

ହେଲେ, ସେଇ

ଅନ୍ଧାରକୁ ବୁଝିକି ବି

ଆଲୋକ କଳଙ୍କିତ କରି ପକାଏ

କଳଙ୍କର ପାଲିଙ୍କି ଦେଇ

ଏକ କଳଙ୍କିତ ନାୟିକା ପରି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy