STORYMIRROR

Sarita Senapati

Abstract Tragedy Inspirational

3  

Sarita Senapati

Abstract Tragedy Inspirational

ନ୍ୟାୟ ପୁରୁଷ

ନ୍ୟାୟ ପୁରୁଷ

1 min
499

ତୁମେ ନ୍ୟାୟ ଧର୍ମର 


ମୂର୍ତି ମନ୍ତ ପଥିକ ବୋଲି 


ଏ ଦୁନିଆ କହୁଛି, 


ଧରଣୀ ମାଆର 


ସୁଯୋଗ୍ୟ ସନ୍ତାନ 


କୁଆଡେ ତୁମେ......!!!!!


ଆଦ୍ୟରୁ ଅନ୍ତ 


କାୟା ବିସ୍ତାରିଛି 


ତୁମର ପ୍ରତିଛବି,


ଉନ୍ନତିରୁ ଅବନତି ଯାଏ,


ସୃଷ୍ଟିରୁ ଧ୍ୱଂସ ଯାଏଁ 


ଅପସରି ଯାଏ ତୁମର ବିଭିଧତା,......


ମୁଁ ନୁହେଁ, 

କହେ .......


ଏ ମାଟିରୁ ଆକାଶ 


ଓ ଗଗନ ପବନର 


ସପ୍ତ ସୁରର ସୁରଭିରେ 


କେବଳ ତୁମେ ହିଁ ତୁମେ.....!!


ମୋର ପରିଧିସ୍ଥ ଭିତରେ


ତୁମେ ଆସିବ କି ନାହିଁ

ଜାଣେନା .....


ହେଲେ ବିଶ୍ୱାସ କର ....


ସେଇ ଧର୍ମର ପାର୍ଥିବ ଶରୀରକୁ 


ମୁଁ ତୁମ ପାଖେ ଦେଖିଛି.!


ଏକ ନୂଆ ସକାଳର ଅପେକ୍ଷାରେ 


ସଜବାଜ ହେଇ ସୁରୁଜ


ରକ୍ତିମ ଆଭାର ଓଢଣୀରେ 


ନିଜକୁ ସାଜୋଉଛି 


ତୁମକୁ ଦେଖିବା ପାଇଁ.... 


ତୁମକୁ ସୃଷ୍ଟି କରିବାକୁ ପଡିବ.....


ସତ୍ୟର ମନ୍ତ୍ର ମୁଗ୍ଧ 


ଶୀତଳ ସକାଳର ଅୟମାରମ୍ଭ.....!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract