STORYMIRROR

Sarita Senapati

Romance Tragedy

3  

Sarita Senapati

Romance Tragedy

ଅନ୍ତଃର୍ଦ୍ଦାହ

ଅନ୍ତଃର୍ଦ୍ଦାହ

1 min
268

ଯେଉଁ ଛାଇରେ

ଥିବ ତୁମେ,

ଥିବ ତୁମ ଅସ୍ତିତ୍ୱ...

ଯେଉଁଠି ହଜି ଯାଇଥିବ ତୁମେ,

ମୋ' ସହିତ ତୁମ ନିଃଶ୍ୱାସ...

ଭରିଥିବ ତୁମ ପ୍ରେମର ଆଶ୍ଲେଷ,

ମୋ' ଅପେକ୍ଷା,ଆଉ ତୁମ ଉପେକ୍ଷା,

ଦୁହେଁ ଖେଳୁଥିବେ ଲୁଚକାଳି ଖେଳ...

ସେଇଠି ଥିବ ମୋ' ପ୍ରଚ୍ଛନ୍ନ ଦରଦ ।


ଆକାଶ ଆଉ ମାଟି,

ଆକାଶ ଖୋଜୁଥିବ ମାଟିକୁ...

ମାଟି ବି ଡାକୁଥିବ ଆକାଶକୁ...

କିନ୍ତୁ; ସେମାନଙ୍କ ମଝିରେ ଥିବ

ଶୂନ୍ୟ ଶୂନ୍ୟ ମହାଶୂନ୍ୟ...

ଆଉ,ବାଦଲର ଫଟା ସ୍ୱର,

କୋଣ ଅନୁକୋଣରେ ଆର୍ତ୍ତ ଚିତ୍କାର ।


ମୋ' ପ୍ରେମ...

ମୋ' ପ୍ରେମ କ'ଣ କିଛି କହୁନି !

ସେ ପରା ନୀରବ ପ୍ରେମ !!

ନୟନର ନିଭୃତ କୋଣରେ

ନିଆରା ତା' ସଂକ୍ଷିପ୍ତ ଇସାରା... !!

ତୁମେ କ'ଣ ବୁଝି ପାରୁନ ?

ନା, ବୁଝି ବି ଅବୁଝା ??


ମୁଁ ବି ସେଇମିତି...

ସବୁ ବୁଝି ବି ଅବୁଝା,

ସବୁ ଜାଣି ବି ଅଜଣା...

ସବୁ ଥାଇ ବି ନିଃସ୍ୱ,ଅସହାୟ ।

ବନ୍ଦିନୀ ମୁଁ ପଞ୍ଜୁରୀ ଭିତରେ ।


ତୁମେ ,

ତୁମେ ଯଦି ମୋତେ

ବ୍ୟସ୍ତ କରି ପକାନ୍ତ...

ତୁମ ପ୍ରୀତିର ଝଡରେ,

ହୁଏତ,ଏ ଫଟା ବାଦଲରୁ

ଝରି ପଡ଼ନ୍ତା ଅସରା ଶ୍ରାବଣୀ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance