STORYMIRROR

Sarita Senapati

Romance

3  

Sarita Senapati

Romance

ସେ ପ୍ରେମରେ ଅଛି

ସେ ପ୍ରେମରେ ଅଛି

1 min
180

ପ୍ରେମରେ ଅଛି

ଯେତେ ସବୁ ଅବୁଝାପଣ

ଟିକେ ଖୁସି ଆଉ ଟିକେ ଲୁହର ଦିନ।


ଫେରି ବି ନ ଫେରିବାର

ତୁମର ଯେତେ ସବୁ ବାହାନା  

ଦୁଃଖକୁ ହସରେ ଭିଜେଇ

ହସକୁ ଦୁଃଖରେ ଭିଜେଇବାକୁ ଏଠି ମନା। 


ସେ ପ୍ରେମରେ ଅଛି  

ଚିରକାଳ ସାଇତିବାର ସ୍ମୃତି  

ଅନିଦ୍ରା ରହିବାକୁ ରାତି ଭରି ଆଞ୍ଜୁଳାଏ ପ୍ରୀତି 

ଅପେକ୍ଷାରେ ବିତୁଥାଉ ତମାମ ଦିନ ମୋ ଏମିତି।


କିଏ କହେ ପ୍ରେମ ଚଗଲା ମଳୟ 

ମନ ହେଲେ ବହିଯାଏ 

ଅଦିନିଆ ଝଡ଼ ପରି ବର୍ଷି ବି ଯାଏ 

ଆଉ ନୀରବରେ କେବେ ଆସି

ଡିସେମ୍ବରର ଶୀତ ପରି ହଠାତ୍ ଛୁଇଁ ଦେଇ ଫେରିଯାଏ।


ସେ ପ୍ରେମର ଅନୁଭୂତିରେ ଅଛି

ବୁଢ଼ୀ ଆଈର କୁହୁକ ପେଡ଼ି  

କେବେ କୋଉଠି ଆରମ୍ଭ କୋଉଠି ଶେଷ

ବିଚରା ହୃଦୟ ବି ସେକଥା ପାରେନି ଜାଣି

ହେଲେ ନୀରବତା ହିଁ କହିପାରେ

ମନ ତଳର ସାଇତା ଅଲିଖିତ ପ୍ରେମ କାହାଣୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance