ପ୍ରୀତିର ପରସ
ପ୍ରୀତିର ପରସ
କାକର ବିନ୍ଦୁ ଯେ ମୋତି ପରି ଦିଶେଧରଣୀର ସବୁଜ ଶଯ୍ୟାରେ,
ମୋତି ନୁହେଁ ସେ ତ କାକର ବିନ୍ଦୁଏକବି ର ଏ କବିତା ଭାଷାରେ।।
ସାରୁ ପତରରେ ଟଳମଳ ପାଣିକାଳେ ଝରିଯିବ ଫୁଲ ସୁନା ର,
ବେଙ୍ଗୁଲି ରାଣୀର ଉଛୁଳି ପଡିବଆଞ୍ଜୁଳାଏ ପ୍ରେମ ପ୍ରୀତି ବର୍ଷା ର।।
ଜୀବନର ସତ୍ୟ ସ୍ନେହ ର ପରସରାତିକର ସ୍ବପ୍ନ ରହିଛି ଅଧା,
ସକାଳ ସୁରୁଜ ପ୍ରୀତି ବନ୍ଧନରକାମନାର କଷ୍ଟ ଦିଏ ଯେ ବାଧା।।
ବାଦଲ ବରଷା ଟୋପା ର ଝଲକବାଟବଣା ଆଜି ଶୁଖିଲା ଏ ମନମାନେ ନାହିଁ ଦିନ ମାନେନି ଏ ରାତିଆନମନା ଆଜି ଆକାଶର ଜହ୍ନ।।