STORYMIRROR

Sarita Senapati

Inspirational Children

3  

Sarita Senapati

Inspirational Children

ହେ ଗୁରୁ ତୁମେ

ହେ ଗୁରୁ ତୁମେ

1 min
537

ହେ ଗୁରୁ ତୁମେ ଦ୍ୱିତୀୟ ଈଶ୍ୱର

ପ୍ରକୃତିର ବରଦାନ,

ଆମେ ସବୁ ପରା ତୁମରି ସନ୍ତାନ

ପ୍ରଣାମ ଘେନ ସମ୍ମାନ।


ସତ୍ୟ ଶାନ୍ତି ଦୟା ତୁମରି ସୃଷ୍ଟିରେ

ଜୀବନ ହୁଏ ଜୀବନ୍ତ

ତୁମ ପରା ଅଟ ପ୍ରଭୁଙ୍କ ଆଭାସ

ଅନ୍ତର୍ଯ୍ୟାମୀ ଓ ଅନନ୍ତ।


ତୁମଠୁ ଆରମ୍ଭ ଜୀବନ ସମୀପ

ତୁମେ ହିଁ ତ ବର୍ଣ୍ଣବୋଧ,

ତୁମେ ତ ଦେଖାଅ ସଦ ବୁଦ୍ଧି ଜ୍ଞାନ

ଯୋଉଠି ମିଳେ ଆନନ୍ଦ।।


ତୁମେ ଯେ ପ୍ରଦୀପ ଜ୍ୱଳନ୍ତର ଶିଖା

ଆଲୋକ ତ ଦେବା ପାଇଁ,

ନିଜେ ଜଳୁଥାଅ ସଂସାର ମାୟାରେ

ପାର ନାହିଁ ଯେ ଦେଖେଇ।।


ସମ୍ପୂର୍ଣ୍ଣ ଜଗତ ତୁମଠି ସମ୍ଭବ

ତୁମେ ଯେ ଦିଗଦର୍ଶକ,

ଦିଗହରା ହେଇ ବାଟ ଭୁଲିଗଲେ

ତୁମେ ସାଜ ପଥ ଦର୍ଶକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational