ସମୟ ନଈ ର ସୁଅ
ସମୟ ନଈ ର ସୁଅ
ମୁଁ ତ ଚାହିଁଥିଲି,
ମୋର ଅବଶୋଷର
ଅବଶିଷ୍ଟ ସମୟ କୁ ତୁମ ସହ କାଟିବାକୁ ।
ତୁମେ ଅନୁମତି ଦେଲନି,
କି ସମୟ ମୁହଁ ଫେରେଇ ସାରିଥିଲା
ଆମ ଦୁହିଁଙ୍କ ଠାରୁ,
ସେ କଥା ମୋ ପାଇଁ ଅଜଣା ହେଇ
ଆଜି ବି ପ୍ରଶ୍ନ ଉଠେ
ଏ ମନ ବେଳାଭୂଇଁ ରେ,,,,,
ବେଳ ବୁଡିବା ବେଳକୁ ସବୁ ଅନ୍ଧାର ,
ସାକ୍ଷୀ ଥିବା ସୂର୍ଯ୍ୟ ବି
ନିରବ ହେଇ ସାରି ଥିଲେ,,,,
ଆଉ ଅଚିହ୍ନା ବାଟରେ
ଆମେ, ଦୁଇ ଅଚିହ୍ନା ପଥିକ ସାଜିଥିଲେ ।
ଏହା ବୋଧେ ଥିଲା ଭାବଗ୍ରାହୀ ଙ୍କ
ଭାବ ପରୀକ୍ଷା ର ଦିନ ସବୁ,
ତୁମେ ମୁଁ ଆଉ ଯେତେ ସବୁ ସ୍ମୃତି,
ସମାନ୍ତରାଳ ହେଇ ଗତି କରୁଥିଲେ
ମନର ଦିଗବଳୟ ରେ,,,,, ।