ପ୍ରୀତି ଫୁଲ
ପ୍ରୀତି ଫୁଲ
ପ୍ରୀତି ଫୁଲ ରାଧା ପରି ସିନା ହେଇ ପାରିବିନି ପ୍ରିୟ ତୁମେ ମୋ ଯାଦୁଗରୀ,
ଓଠରେ ତୁମର ବଇଁଶୀର ସ୍ୱର ଡାକେ ମତେ ହାତ ଠାରି।।
ନିରୀହ ବଇଁଶୀ କି ସୁର ଜାଣିଛି ମନ ମୋ ଯାଉଛି ହଜି,
ତୋଳି ନିଅନ୍ତି କି ମନ ଚାଙ୍ଗୁଡ଼ିରେ ପହିଲି ପ୍ରେମ ବରସି ।।ଲାଗୁଛି ସତେ କି ପଡିଛି ପ୍ରେମରେ ପଚାରେ ଆଜି ମୋ ସଖି,
ଗୋପନ ରାଇଜେ ଅୟୁତ ଆୟୁଷେ ବାହାରେ ନିଜକୁ ଖୋଜି ।।
ତୋ ରଙ୍ଗର କଳା ଦେହେ ବୋଳିବାକୁ ବସିଛି ଚାହିଁ
ମିଳୁ ପଛେ ନିନ୍ଦା ଏ ଜୀବନକୁ ମୋ ତିଳେ ହିଁ ଖାତିର ନାହିଁ ।
ସତରେ ନହେଲେ କେବେ ଆସନ୍ତ କି ସପନରେ,
ମୁଦ୍ରିତ ନୟନେ ନିସ୍ତରି ଯାଆନ୍ତି ଦେଇ ପ୍ରୀତି ଯତନରେ।

