STORYMIRROR

Sarita Senapati

Abstract Romance

3  

Sarita Senapati

Abstract Romance

ପ୍ରୀତି ଫୁଲ

ପ୍ରୀତି ଫୁଲ

1 min
183

ପ୍ରୀତି ଫୁଲ ରାଧା ପରି ସିନା ହେଇ ପାରିବିନି ପ୍ରିୟ ତୁମେ ମୋ ଯାଦୁଗରୀ,

ଓଠରେ ତୁମର ବଇଁଶୀର ସ୍ୱର ଡାକେ ମତେ ହାତ ଠାରି।।

ନିରୀହ ବଇଁଶୀ କି ସୁର ଜାଣିଛି ମନ ମୋ ଯାଉଛି ହଜି,

ତୋଳି ନିଅନ୍ତି କି ମନ ଚାଙ୍ଗୁଡ଼ିରେ ପହିଲି ପ୍ରେମ ବରସି ।।ଲାଗୁଛି ସତେ କି ପଡିଛି ପ୍ରେମରେ ପଚାରେ ଆଜି ମୋ ସଖି,

ଗୋପନ ରାଇଜେ ଅୟୁତ ଆୟୁଷେ ବାହାରେ ନିଜକୁ ଖୋଜି ।।

ତୋ ରଙ୍ଗର କଳା ଦେହେ ବୋଳିବାକୁ ବସିଛି ଚାହିଁ

ମିଳୁ ପଛେ ନିନ୍ଦା ଏ ଜୀବନକୁ ମୋ ତିଳେ ହିଁ ଖାତିର ନାହିଁ ।

ସତରେ ନହେଲେ କେବେ ଆସନ୍ତ କି ସପନରେ,

ମୁଦ୍ରିତ ନୟନେ ନିସ୍ତରି ଯାଆନ୍ତି ଦେଇ ପ୍ରୀତି ଯତନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract