Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sambit Srikumar

Classics Fantasy Inspirational

4.7  

Sambit Srikumar

Classics Fantasy Inspirational

ମରୁଭୂମି

ମରୁଭୂମି

1 min
426



ବିପନ୍ନ ବେଦୁଇନ୍ ମୁଁ

ଖୋଜୁଛି ଜୀବନ ମରୁରେ

ମରୂଦ୍ଯାନର ଶ୍ୟାମଳିମା

ଚିରସ୍ରୋତା ତଟିନୀର କୂଳ

ନେବାକୁ ଘଡ଼ିଏ ବିଶ୍ରାମ 

ହାରିବାକୁ ଏ ଜୀବନର କ୍ଳାନ୍ତି 

ଲଭିବାକୁ ଶାଶ୍ୱତ ପ୍ରଶାନ୍ତି । 


ଦୁର୍ଦ୍ଦିନ ମୋହର ଅନନ୍ତ

ଧୂସର ଧୂମାଭ ଦିଗନ୍ତ 

ଅଭିଶପ୍ତ ତପ୍ତ ସିକତା

ନିଦାଘର ଦାରୁଣ ଯନ୍ତ୍ରଣା

ଧୂଳିଝଡେ ମୁହିଁ ବାଟବଣା

ଶୀର୍ଷେ ନାହିଁ ପ୍ରଭୁଙ୍କ କରୁଣା

ତଥାପି କରୁନାହିଁ ମନ ଉଣା ।


ଆପଣାର ଭାଗ୍ୟ ନେଇ

ଲଢି ଲଢି ଜୀଇଁବାକୁ

କରିଅଛି ଟାଣ ପଣ

ନ ହାରିବି କେବେ

ଆପଣାର ବଚନର ପାଶେ

ରହିଛି ରହିବି ବଞ୍ଚି 

ମୁଁ ଏଇ ଜୀବନ ମରୁରେ

ମରୂଦ୍ଯାନର ଆଶେ।


Rate this content
Log in