STORYMIRROR

Panchanan Jena

Abstract Classics

4  

Panchanan Jena

Abstract Classics

ବିକିଦେଇ ପାରିବିନି

ବିକିଦେଇ ପାରିବିନି

1 min
6


ଘରେ ତାଲା ଦେଉ ଦେଉ

ଖସି ପଡିଲା ଚାବି ପେନ୍ଥା ହାତରୁ

ମନକୁ ଆସିଲା ଭାବନା ଅତି ପାଖରୁ

ଗୁନ୍ଥା ଗୁନ୍ଥା ପତଳା ସୂତା ପରି 

ଫୁଲମାଳକୁ ବାନ୍ଧି ରଖିବା ପରି

ଚିନ୍ତା ଚଇତାଳି ମନ ସନ୍ଦିରୁ 


ତାଲା- ଚାବିର ସଂପର୍କ ମଧୁର

ଭିତରେ ପଶୁ ପଶୁ

କୁତୁକୁତୁ କରୁଥିବ

ଏପଟ ସେପଟ ଛୁଉଁ ଛୁଉଁ

ଘୁରୁଥିବ ମୋଡୁଥିବ

ତାଲାର ଦମ୍ଭପଣ ହାରିଯାଏ

ବାବିର ସମର୍ପଣ ଆଗରେ

ତାଲାଭ ଟାଣପଣ ହୁଗୁଳି ଯାଏ

ଚାବିର କଳା ଯାହୁଗରୀ ପାଖରେ


ଆଉ ଗୋଟେ ଭାବନା ଆସିଲା ବେଗି

ଧସେଇ ପସିଲା ମଗଜ ମୁଖୀ

ହସିଦେଲି ଧାରେ ମନ ଆବେଗି

ମନକୁ ପାଇଲା ଚେତନା ଜାଗିଲା

ଉର୍ଦ୍ଧ୍ୱଗାମୀ ଚୈତନ୍ୟାମୃତ ସୋହାଗୀ


ଚାବି ହଜିଗଲା ପରେ ବି

ହାତୁଡି ପାହାର ଖାଇଲେ ବି

ଦବି ଯିବ ପଛେ

ଟୋଲା ହୋଇଯିବ ପଛେ

ଖୋଲିବ ନାହିଁ

କଟା ହେବ ପଛେ ଫିଟିବ ନାହିଁ

ଡୁପ୍ଲିକେଟ୍ ଚାବିରେ ହିଁ ଖୋଲିବ

ନୋହିଲେ ନାହିଁ

ଭାଙ୍ଗିଯିବ ପଛେ ସଂପର୍କ ଭାଙ୍ଗିବ ନାହିଁ


ନଷ୍ଟ ହେବ ପଛେ ହେଉ

ଟେନ୍‌ ସର୍ ରେ କଟା ହେବ ପଛେ ହେଉ

ଖଣ୍ଡ ଖଣ୍ଡ ହେବ ପଛେ ହେଉ

ନିଜର ଅସ୍ତିତ୍ଵ ବରଂ ସରିଯାଉ ପଛେ

ଚାବି ସହିତ ଅତୁଟ ବନ୍ଧନ

ଚାବି ସହ ବାନ୍ଧିଥିବା ମଧୁର ଅଞ୍ଜନ

ଛାଡି ପାରିବନି


ଶେଷ ହେବ ଜୀବନ ଦୀପ ବରଂ 

ଅନ୍ୟମାନଙ୍କ ପରି

କୃତଘ୍ନ ବିଶ୍ୱାସଘାତୀ ହେଇ ପାରିବନି

ସ୍ୱ-ଆଚାର ବିଚାର 

ବଦଳେଇ ବିକିଦେଇ ପାରିବନି ।।


Rate this content
Log in

Similar oriya poem from Abstract