STORYMIRROR

Panchanan Jena

Abstract Classics

4  

Panchanan Jena

Abstract Classics

ବିକିଦେଇ ପାରିବିନି

ବିକିଦେଇ ପାରିବିନି

1 min
10


ଘରେ ତାଲା ଦେଉ ଦେଉ

ଖସି ପଡିଲା ଚାବି ପେନ୍ଥା ହାତରୁ

ମନକୁ ଆସିଲା ଭାବନା ଅତି ପାଖରୁ

ଗୁନ୍ଥା ଗୁନ୍ଥା ପତଳା ସୂତା ପରି 

ଫୁଲମାଳକୁ ବାନ୍ଧି ରଖିବା ପରି

ଚିନ୍ତା ଚଇତାଳି ମନ ସନ୍ଦିରୁ 


ତାଲା- ଚାବିର ସଂପର୍କ ମଧୁର

ଭିତରେ ପଶୁ ପଶୁ

କୁତୁକୁତୁ କରୁଥିବ

ଏପଟ ସେପଟ ଛୁଉଁ ଛୁଉଁ

ଘୁରୁଥିବ ମୋଡୁଥିବ

ତାଲାର ଦମ୍ଭପଣ ହାରିଯାଏ

ବାବିର ସମର୍ପଣ ଆଗରେ

ତାଲାଭ ଟାଣପଣ ହୁଗୁଳି ଯାଏ

ଚାବିର କଳା ଯାହୁଗରୀ ପାଖରେ


ଆଉ ଗୋଟେ ଭାବନା ଆସିଲା ବେଗି

ଧସେଇ ପସିଲା ମଗଜ ମୁଖୀ

ହସିଦେଲି ଧାରେ ମନ ଆବେଗି

ମନକୁ ପାଇଲା ଚେତନା ଜାଗିଲା

ଉର୍ଦ୍ଧ୍ୱଗାମୀ ଚୈତନ୍ୟାମୃତ ସୋହାଗୀ


ଚାବି ହଜିଗଲା ପରେ ବି

ହାତୁଡି ପାହାର ଖାଇଲେ ବି

ଦବି ଯିବ ପଛେ

ଟୋଲା ହୋଇଯିବ ପଛେ

ଖୋଲିବ ନାହିଁ

କଟା ହେବ ପଛେ ଫିଟିବ ନାହିଁ

ଡୁପ୍ଲିକେଟ୍ ଚାବିରେ ହିଁ ଖୋଲିବ

ନୋହିଲେ ନାହିଁ

ଭାଙ୍ଗିଯିବ ପଛେ ସଂପର୍କ ଭାଙ୍ଗିବ ନାହିଁ


ନଷ୍ଟ ହେବ ପଛେ ହେଉ

ଟେନ୍‌ ସର୍ ରେ କଟା ହେବ ପଛେ ହେଉ

ଖଣ୍ଡ ଖଣ୍ଡ ହେବ ପଛେ ହେଉ

ନିଜର ଅସ୍ତିତ୍ଵ ବରଂ ସରିଯାଉ ପଛେ

ଚାବି ସହିତ ଅତୁଟ ବନ୍ଧନ

ଚାବି ସହ ବାନ୍ଧିଥିବା ମଧୁର ଅଞ୍ଜନ

ଛାଡି ପାରିବନି


ଶେଷ ହେବ ଜୀବନ ଦୀପ ବରଂ 

ଅନ୍ୟମାନଙ୍କ ପରି

କୃତଘ୍ନ ବିଶ୍ୱାସଘାତୀ ହେଇ ପାରିବନି

ସ୍ୱ-ଆଚାର ବିଚାର 

ବଦଳେଇ ବିକିଦେଇ ପାରିବନି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract