STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ପ୍ରାର୍ଥନା ପ୍ରଭୁ ପୟରେ

ପ୍ରାର୍ଥନା ପ୍ରଭୁ ପୟରେ

1 min
34


ପ୍ରଳୟ ପ୍ରୟୋଧି ଜଳେ ଭାସି ଗଲା

ପବିତ୍ର ବେଦ ସେ' କାଳେ 

ପବିତ୍ର ବେଦର ଉଦ୍ଧାର ସମ୍ଭବ

ପ୍ରକଟ ମୀନ ରୂପରେ


ପୁରାଣ ପୃଷ୍ଠାରେ ପାଷାଣୀ ଅହଲ୍ୟା

ପଥ ପ୍ରାନ୍ତେ ପଡ଼ି ରହି

ପାରି ହେବା ପାଇଁ ପ୍ରାର୍ଥନା ପୂର୍ବକ

ପଥ ରହିଥିଲା ଚାହିଁ

ପଡ଼ିଲା ସେ ପାଦ ଘୁଞ୍ଚି ଗଲା ଶାପ

ପବିତ୍ର ପାଦ ସ୍ପର୍ଶରେ

ପାପ ଶାପ ସବୁ ଦୂର ହେଲା ଆପେ

ପଥ ପ୍ରାନ୍ତ ଧାରେ ଧାରେ 


ପାପୀଙ୍କ ପ୍ରଳାପ ପ୍ରତି ମୁହୂର୍ତ୍ତରେ

ପ୍ରାୟ ପୃଥିବୀ ପୃଷ୍ଠରେ

ପରଂବ୍ରହ୍ମ ପୁଣି ଦାରୁବ୍ରହ୍ମ ପଣ 

ପବିତ୍ର ଶଙ୍ଖ କ୍ଷେତ୍ରରେ


ପାଦ ପାଣି ବିନା ପାବଛେ ପହଣ୍ଡି

ପଣ୍ଡା ପଢ଼ିଆରି ସହ

ପଙ୍କଜ ନେତ୍ରରେ ପଲକ ପଡୁନି

ପହଡ଼ ବିଧାନ ପ୍ରାୟ


ପତିତପାବନ ବାନା ଉଡ଼ୁଅଛି 

ପତିତ ଉଦ୍ଧାର ପାଇଁ

ପ୍ରତି ମୁହୂର୍ତ୍ତରେ ଅହେତୁକ ଭୟ 

ପ୍ରାଣ ରକ୍ଷା ସ୍ଥାୟୀ ନାହିଁ 


ପାପ ପୁଣ୍ୟ କଣ ଜାଣିବା ଆଗରୁ

ପାପରେ ବୁଡି ରହିଛି

ପଥ ପ୍ରଦର୍ଶକ ତୁମେ ହିଁ କେବଳ

ପଥ ହୁଡ଼ି ଜାଣି ଅଛି


ପ୍ରାୟଶ୍ଚିତ ପାଇଁ ଶରଣ ପଶିଛି

ପ୍ରଶମିତ ଦୁଃଖ ବାରେ

ପ୍ରାଣ କିମ୍ପା ପ୍ରାୟ ହେଉଛି ଅସ୍ଥିର

ପ୍ରଳାପ ହୃଦ ଭିତରେ


ପ୍ରଳୟ କାଳରୁ ଏ କଳି ପର୍ଯ୍ୟନ୍ତ

ପାଳନ କର୍ତ୍ତା ଭାବରେ

ପାପ ଓ ପାପୀ ର ବିନାଶ ନିମନ୍ତେ

ପଦ ଚିହ୍ନ ଏ ଧରାରେ 


ପତିତ ଅଧମ ପାପୀ ଠାରୁ ହୀନ 

ପ୍ରାୟଶ୍ଚିତ ଆଶା ଧାରେ

ପ୍ରାଣ ତନ ମନ ଅର୍ପଣ ସହିତ

ପ୍ରାର୍ଥନା ପ୍ରଭୁ ପୟରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract