STORYMIRROR

Kalandi pal

Classics

4  

Kalandi pal

Classics

ସନ୍ଥ ରାୟ ରାମାନନ୍ଦ

ସନ୍ଥ ରାୟ ରାମାନନ୍ଦ

1 min
10


ବୈଷ୍ଣବ ସଂସ୍କୃତି ବୁଧ ଶ୍ରୀ ଚୈତନ୍ୟ ରାମାନନ୍ଦ

  ପନ୍ଦରଶ ଶକାଦ୍ଧର ସନ୍ଥ ନାୟକ

ପୁରୀ ଜିଲ୍ଲା ବେଣ୍ଟପୁର ଭବାନନ୍ଦ ପିତା ଯାର

  ପାଞ୍ଚ ପୁତ୍ର ମଧ୍ୟେ ଥିଲେ ଶ୍ରେଷ୍ଠ ସାଧକ

    ପ୍ରଶାସକ ରାଜ ମହେନ୍ଦ୍ରୀ

ପ୍ରତାପ ରୁଦ୍ର ଦେବଙ୍କ ସେ ପ୍ରତିନିଧି ।।


ଗୋଦାବରୀ କୂଳେ ଦିନେ ଶ୍ରୀ ଚୈତନ୍ୟ ଥିଲେ ସ୍ନାନେ

  ଜ୍ୟୋତିର୍ମୟ ଗୌରକାନ୍ତି ରୂପକୁ ଦେଖି

ରାୟ ରାମାନନ୍ଦ ପୁଣ ପଠାଇଲେ ନିମନ୍ତ୍ରଣ

  ଶ୍ରୀ ଚୈତନ୍ୟ ଦଶ ଦିନ ରହିଲେ ସେଠି

    ବୈଦିକ ବ୍ରାହ୍ମଣ ଗୃହରେ

ରାତ୍ରେ ସାଧା ବେଶେ ରାୟ ସାକ୍ଷାତ କଲେ ।।


ନିଶା ରାତ୍ରେ ଶ୍ରୀ ଚୈତନ୍ୟ ପଚାରିଲେ ଯେଉଁ ପ୍ରଶ୍ନ

  ସହଜେ ଉତ୍ତର ଦେଲେ ଶ୍ରୀ ରାମାନନ୍ଦ

ଦୁଇ ମହାପୁରୁଷଙ୍କ ବାଣୀର ଯା ବିଶେଷାଙ୍କ

  ସୃଷ୍ଟି ହୁଏ ଶ୍ରୀ ଚୈତନ୍ୟ ଚରିତାମୃତ

    ମୁଗ୍ଧ ହେଲେ ଶ୍ରୀ ଚଇତନ୍ୟ

ବରିଲେ ରମାନନ୍ଦଙ୍କୁ ଗୁରୁ ରୂପେଣ ।।


ଦାସ୍ୟଭକ୍ତି ସାଖ୍ୟଭକ୍ତି କାନ୍ତଭାବ ପ୍ରେମଭକ୍ତି

  ଭକ୍ତିରେ ବାତ୍ସଲ୍ୟ ଭକ୍ତି ଜ୍ଞାନ ପ୍ରଦାନ

ସଂସାର ଜୀବନ ରଥେ ନିଅଇ ସଂସ୍କାର ପଥେ

  ରାମାନନ୍ଦ ଶ୍ରୀ ଚୈତନ୍ୟ କଲେ ବର୍ଣ୍ଣନ

    ଶ୍ରୀ ଚୈତନ୍ୟ ଚରିତାମୃତେ

ବୈଷ୍ଣବ ସଂସ୍କୃତି ଶ୍ରେଷ୍ଠ ସଂସ୍କୃତ ଗ୍ରନ୍ଥେ ।।


ରାଧାକୃଷ୍ଣ ପ୍ରେମ ଭାବ ଶ୍ରୀ ଜଗନ୍ନାଥ ବଲ୍ଲଭ

  ନାଟକ ରଚନା କରି ହୋଇଲେ ଶ୍ରେଷ୍ଠ

ସମ୍ରାଟ ପ୍ରତାପ ଦେବ ଲଭି ତାଙ୍କ ପରାଭବ

  ଭେଟି ଦେଲେ ଜଗନ୍ନାଥ ବଲ୍ଲଭ ମଠ

    ବୈଷ୍ଣବ ସଂସ୍କୃତି ଜୀବନ

ଦୁଇ ସନ୍ଥ ରାମାନନ୍ଦ ଶ୍ରୀ ଚଇତନ୍ୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics