STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ବାହୁଡ଼ିବେ ମୋର ଜଗା ବଳିଆ

ବାହୁଡ଼ିବେ ମୋର ଜଗା ବଳିଆ

1 min
7


ଗୁଣ୍ଡିଚା ଗୁଡିରେ ନାକଚଣା ଦ୍ବାରେ

ଦକ୍ଷିଣମୋଡ ତ ରଥ

ବାହୁଡା ବିଜୟ ହେବ ଅୟରାମ୍ଭ 

ବାହୁଡ଼ିବେ ଜଗନ୍ନାଥ ।

ବିଜେ ଦିବ୍ଯ ରଥେ ଜ୍ଯେଷ୍ଠ ବଳରାମ

ଭଉଣୀ ଦେବୀ ସୁଭଦ୍ରା

ଉଲ୍ଲସେ କାଳିଆ ମନ୍ଦହାସେ କରେ

ଯଥା ଦେହୀ ଭବ୍ଯ ଯାତ୍ରା ।

ବାହୁଡ଼ିବେ ବୋଲି ମୋ ଜଗାବଳିଆ 

ପ୍ରାଣ ହୁଏ ସଞ୍ଜିବୀତ 

ଉଲ୍ଲାସ ଆନନ୍ଦେ ହୁଅଇ ବିଭୋର

ଟେକି ଦୁଇ ହାତ ଭକ୍ତ ।

ରଖିଛି ଆଦରେ ମାଉସୀ ବାଟରେ

ପାଉଁଶିଆ ପୋଡପିଠା

ଅଟକି ଘଡିଏ କରିବେ ଭୋଜନ

ଖୁସି ହେବେ ଯଶୋମାତା ।

ଜୟ ଜଗନ୍ନାଥ ଶବଦ ନିର୍ଘୋଷେ

ଉଛୁଳୁଛି ବଡଦାଣ୍ଡ 

ଶୁଭେ ହରିବୋଲ ହୁଳହୁଳି ଶଙ୍ଖ 

କାହାଳୀ ଘଣ୍ଟା ନିନାଦ ।

ସିଂହ ଦୁଆରରେ ହେବ ସୁନାବେଶ 

ମାଜଣା ଅଧରପଣା

ଗୋଟି ପହଣ୍ଡିରେ ନିଳାଦ୍ରି ବିଜୟ

କରିବେ କାଳିଆ ସୁନା ।

ଜଗନ୍ନାଥ ଲକ୍ଷ୍ମୀ ବଡ ଅଭିମାନୀ

ଖୋଲିବେ ନାହିଁ କପାଟ

ମାନ ଭାଙ୍ଗିବାକୁ ହଟିଆ ନାଗର

ରସାବଳି ଦେବେ ଭେଟ ।

ହେବ ସମାପନ ଯାତ ଏ ମହାନ

ପବିତ୍ର ରହସ୍ଯାତ୍ମକ

ଦରଶନେ ଭକ୍ତ ଲଭଇ ସୁଫଳ

ଅଶ୍ୱମେଧ ଯଜ୍ଞାଧିକ ।

ଏ ଯାତ ଦ୍ୟୋତକ ଆଶା ଆଲୋକର

ସମ୍ପନ୍ନେ ବୃଦ୍ଧି ପ୍ରଗତି

ସୁଲଭେ ଭକତ ଲକ୍ଷ୍ଯ ଚଉବର୍ଗ 

ଜୀବନରେ ସୁଖ ଶାନ୍ତି ।

    -----



Rate this content
Log in

Similar oriya poem from Classics