ଶ୍ରାବଣେ କାଉଡି ଭକ୍ତ
ଶ୍ରାବଣେ କାଉଡି ଭକ୍ତ
ଶ୍ରାବଣ ଅଟଇ ପବିତ୍ର ମାସ
ବାର ମାସ ମଧ୍ୟରୁ ଏକ
କାଉଡିଆ ରହିଥାନ୍ତି ଚାହିଁ
କରିବାକୁ ଜଳାଭିଷେକ |
ଶ୍ରାବଣରେ ନିଷେଧ ଅନେକ
ଦେବାଦେବୀଙ୍କ ପରବ
ଏହି ମାସରେ ନ ହୁଏ କେଉଁ
ମାଙ୍ଗାଳିକ କାର୍ଯ୍ୟ |
ଶ୍ରାବଣ ଅଟଇ ଚତୁର୍ମାସ୍ୟା
ମଧ୍ୟରେ ଅନ୍ତର୍ଭୁକ୍ତ
ଏହି ଚାରିମାସ ଲାଗିଥିଲା
ଖୋଜିବାକୁ ସୀତା ମାତ |
ରାମଚନ୍ଦ୍ର ସାଥେ ଭାଇ ଲକ୍ଷ୍ମଣ
ଖୋଜୁଥିଲେ ସାରା ବଣ
କେଉଁଠି ନ ଥିଲେ ପାଇ ସନ୍ଧାନ
ହୋଇଥିଲେ ହତାଶ |
ଧାରା ଶ୍ରାବଣ ବରଷାରେ ହେଲେ
ନେଇ ନଥିଲେ ବିଶ୍ରାମ
ଶେଷରେ ଇଷ୍ଟଙ୍କୁ ଡାକିଥିଲେ
ଧରି ମନେ ଭକତି |
ସେ ଆଉ ନୁହନ୍ତି ଦେବତା କେହି
ସ୍ୱୟଂ ଭୋଳାନାଥ
ସେ ଦେବତା ଅଟନ୍ତି ଆଶୁତୋଷ
ଜଳ ଧାରାରେ ସନ୍ତୁଷ୍ଟ |
ପ୍ରଭୁ ରାମଚନ୍ଦ୍ର ଚଢ଼ାଇଲେ ଜଳ
ତୃପ୍ତ ହୋଇଲେ ଶଙ୍କର
ସମୁଦ୍ର ମନ୍ଥନ ବେଳେ ଶଙ୍କର
ପିଇଥିଲେ ହଳାହଳ ବିଷ |
କରିଥିଲେ ଜଗତକୁ ଉଦ୍ଧାର
ହୋଇ ନୀଳକଣ୍ଠ
ସେ ଦିନଠୁଁ ଯେତେ ଅଦରକାରୀ
ଲୋଡ଼ା ଫଳ ଆଉ ଫୁଲ |
ଯେତେ ବିଷାକ୍ତ ପଦାର୍ଥ ତାଙ୍କର
ହୋଇଛି ପ୍ରସାଦ
ବିଷ ଜ୍ୱାଳାରେ ଜଳୁଥିବା ଶରୀର
ଲୋଡ଼ା ଖାଲି ଜଳ |
ଜଳ ଧାର ରେ ସଦା ଅଟନ୍ତି ସନ୍ତୁଷ୍ଟ
ପ୍ରଭୁ ଊମା ଈଷ
ସୁଦ୍ଧ ପୂତ ମନେ କାଉଡ଼ି ନିଅନ୍ତି
ପବିତ୍ର ନଦୀର ଜଳ |
ଭକ୍ତି ଭରେ ଦେଇ ନଇବେଦ୍ୟ
ହୁଅନ୍ତି ମନ୍ଦିରେ ଶରଣ
କରନ୍ତି ଅଭିଷେକ ଢାଳି ସେହିଁ ଜଳ
ଶ୍ରାବଣେ କଉଡ଼ି ଭକ୍ତ |
