ଅ-ପ୍ରେମ
ଅ-ପ୍ରେମ
ଅଜବ ଏ ଶବ୍ଦ
ଅନେକ ଭାବନାର ଗନ୍ତାଘର
ଅସହ୍ୟ ଯନ୍ତ୍ରଣାକୁ କରିପାରେ
ନିମିଷକେ ଦୂର ।
ଅଦ୍ଭୁତ ଏ ଶବ୍ଦର ରହସ୍ୟ
ଅଜାଡ଼ିଦିଏ ଦୁନିଆର
ଅମାପ ସ୍ନେହ, ମମତା
ହଜିଯାଏ କ୍ଳେଶ ହୃଦୟର ।
ଅଭେଦ ସବୁକିଛି
ଅନେକ ପାଲଟି ଯାଆନ୍ତି
ଅମଣିଷରୁ ମହାନ
ଅହିଂସାର ରକ୍ଷକ ହୋଇ
ଅଂହ ଭାବନାକୁ,,,,
ପାଦେ ଦଳିଦେଇ ।
ଅନ୍ୱେଷଣ କରିଚାଲେ
ଅବିରତ ହୃଦୟରେ
ଅଚାନକ କିଛି ଘଟିବାର
କରିବସେ ଭୁଲ କେବେ କ୍ଷଣକରେ ।
ଅପେକ୍ଷାରେ ଦୁଇପକ୍ଷୀ
ଅନ୍ଧକାରେ ହେବାକୁ ଛନ୍ଦି
ଅଲୌକିକ କିଛି ଘଟି ଯାଆନ୍ତା କି ଭାବୁ ଭାବୁ
ହୋଇଯାଆନ୍ତି ସମୟର ବନ୍ଦୀ ।
ଅନୁଭବର ଚରମ ସୀମାରେ
ଅଧିକରୁ ଅଧିକ ପାଇବାର ଆଶାରେ
ଅଭ୍ୟାସର ସ୍ପର୍ଶରେ ଆସି
ରାଜୁତି କରିବସନ୍ତି ସମାଜର ବାହାରେ ।
ଅରାଜକତା ଦେଖାଦିଏ
ଅହେତୁକ ସହରେ ମନ,ପ୍ରାଣ ଓ ଦେହ ହଜିଗଲା ପରେ
ଅନେକ ପାପ ପୁଣ୍ୟରେ ବଦଳି ଯାଏ
ଭୟଙ୍କର ପରିଣାମ ଯେ ଶୀର୍ଷରେ ।
ଅରଣ୍ୟେ ବୃଥା
ଅମ୍ବରର ଆଡ଼ମ୍ବର
ଅସହାୟ ଆପଣେଇନିଏ
କୁକର୍ମ ନ ଚାହିଁ ଦୁନିଆର ।
ଅଗଣା ବି ଦିନେ
ଅସ୍ତିତ୍ବ ହରେଇ ବସେ
ଅଦିନିଆ ମେଘରେ ଭିଜିଲା ପରେ
ଅଜନ୍ମ ପାଲଟେ ଜନ୍ମ
ଅଗ୍ନି ସମ କାମନାର ଜ୍ୱାଳାରେ ।
ଅ-ଶେଷର ହୁଏ ଶେଷ
ଅକ୍ଳିଷ୍ଟତାର ଆକ୍ରମଣରେ
ଅନ୍ତଘଟେ ପ୍ରତି ଆରମ୍ଭର
ଅସଂଯମତା, ଅନୀତି, କୁଅଭ୍ୟାସ
ପଦାର୍ପଣ କରେ ଯେବେ ହୃଦୟରେ!!