STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ପ୍ରୀତି ରଙ୍ଗେ

ପ୍ରୀତି ରଙ୍ଗେ

1 min
413

ମୋର ଅଙ୍ଗେ ଅଙ୍ଗେ ରଙ୍ଗି ଦିଅ ରଙ୍ଗେ

ପ୍ରୀତି ରଙ୍ଗେ ରଙ୍ଗା ନାଲି ଅବିର

ଭିଜି ଯିବି ମୁଁ ଗୋ ତୁମ ରଙ୍ଗ ରସେ

ଆସ ରଙ୍ଗରାଜ ରସଶେଖର।।


ବଳେଇ କୋଳେଇ ବାହୁବେଷ୍ଟନୀରେ

ବଳେ ବୋଳିଦିଅ ପ୍ରୀତି ରଙ୍ଗକୁ

ବାରଣ ର ଛଳେ ହଟି ଯାଉଥିବି

ପୁଣି ଲୋଟି ଲଭୁଥିବି ସଙ୍ଗକୁ

ଲେଉଟା ତରଙ୍ଗ ପରି ଲେଉଟିବି

ତୁମ ବାହୁ ପାଶେ ରସ ଶାଗର।

ଆସ ରଙ୍ଗରାଜ ରସଶେଖର।।


ଓଦା ସଡ଼ ସଡ଼ ଶାଢ଼ୀ ପଣତକୁ

ପୁଣି ପୁଣି ନାନା ରଙ୍ଗେ ରଙ୍ଗେଇ

ଜଡ଼ି ଯାଉଥିବ ଅଙ୍ଗେ ଭିଜା ବାସ

ଭିଡ଼ି ଧରିଥିବି ଯେବେ ଲାଜେଇ

ମାରୁଥାଅ ପିଚକାରୀ ବାରବାର

ମୋର ବାରଣ ନକରି ଖାତର।

ଆସ ରଙ୍ଗରାଜ ରସଶେଖର।।


ତୁମେ ଛୁଇଁ ଦେଲେ ଶିହରି ଉଠିବ

ଶତ କଦମ୍ବ ସହସ୍ର କେଶର

ଶିଥିଳ ସ୍ନାୟୁରେ ଆୟୁ ଆବିର୍ଭାବ

ପ୍ରୀତି ପୁଲକର ମୃଦୁ ଝଙ୍କାର

ରଙ୍କ କୁ ରତନ ଦାହ କୁ ଚନ୍ଦନ

ମୃତ କାୟା କୁ ପ୍ରାଣ ର ସଞ୍ଚାର।

ଆସ ରଙ୍ଗରାଜ ରସଶେଖର।।


ଏମିତି ରଙ୍ଗେ ରଙ୍ଗେଇ ଦିଅ ନାଥ

ରଙ୍ଗ ରହିଥାଉ କାଳ କାଳକୁ

ତୁମ ରାସରଙ୍ଗେ ରଙ୍ଗୀ ଯାଉଥିବି

ଯୁଗ ଯୁଗାନ୍ତର ଅନ୍ତ ବେଳକୁ

ପୁରୁଷ-ପ୍ରକୃତି ରାଧା-ଶ୍ରୀପତିର

ରୀତି ମିଳନର ଚୀର ଅମର।

ଆସ ରଙ୍ଗରାଜ ରସଶେଖର।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance