STORYMIRROR

Naresh Padhan

Romance Others

4  

Naresh Padhan

Romance Others

ଅସୀମ ପ୍ରେମ

ଅସୀମ ପ୍ରେମ

1 min
312

ଭଲ ପାଇବି ମୁଁ ଭଲ ପାଇବି

ତୁମ ଚାହାଣି ରେ ନିଜ କୁ ହଜେଇ ଦେବି

ସଂସାରରେ ଯେପର୍ଯ୍ୟନ୍ତ ବଞ୍ଚିବି 

ମୁଁ କେବଳ ତୁମକୁ ପ୍ରେମ କରିବି।।

ତୁମ ପ୍ରେମ ରେ ଜୀବନ ଅଛି

ସେହି ପ୍ରେମ ଜୀବନେ ଦରକାର ଅଛି

ତୁମ ପ୍ରେମ ଆଶା ରେ ଜୀବନ ବଞ୍ଚିଛି

ମୋ ହୃଦୟେ କେବଳ ତୁମ ଚେହେରା ଅଛି।।

ତୁମ ଠାରେ ମୁଁ ହୃଦୟ ହାରିଛି

ତୁମେ ପ୍ରେମ କରୁଛ ବୋଲି ମୁଁ ଭାବୁଛି

ପ୍ରେମ ପ୍ରସ୍ତାବ କିପରି ରଖିବି ଜାଣିଛି

ହେଲେ ତୁମ ସାମ୍ନା ରେ କହିବାକୁ ଡରୁଛି।

ବିଶ୍ଵାସ ଅଛି ତୁମେ ଗୋଟିଏ ପାଦ ବଢାଇବ

ମୋ ବିଶ୍ଵାସ କୁ କେବେ ହାରି ନ ଦେବ

ପ୍ରେମ ପାଇଁ ଯେବେ ପାଦ ବଢାଇବ

ନିଶ୍ଚୟ କହୁଛି ତୁମେ ତୁମର ପ୍ରେମ ପାଇବ।

ମୋ ରୂପରେ ତୁମେ ପ୍ରେମିକ ପାଇବ

ପ୍ରେମିକ ର ପ୍ରେମ କୁ ତେବେ ବୁଝିବ

ଦିନେ କହିବ ଏହି ତ ସେହି ଅସୀମ ପ୍ରେମ

ସେ ଦିନଠୁ ତୁମେ ଅସୀମ ପ୍ରେମ କରିବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance