STORYMIRROR

Naresh Padhan

Inspirational

3  

Naresh Padhan

Inspirational

ଦୁଃଖରେ ଆଳୁଅ

ଦୁଃଖରେ ଆଳୁଅ

1 min
173

ଦୁଃଖ ମୋର ଅଟେ ରକ୍ତହୀନତା

ବୁଝନ୍ତି ନାହିଁ କେହି ମୋର ବ୍ୟଥା।।


ଉପରୁ କହନ୍ତି ମୁଁ ଜୀବନ୍ତ ମୃତ

ମାଆ ବାପାଙ୍କ ହୋଇ ରହିଛୁ ବୋଝ।।


ତୋର ଜୀବନ ମରଣ ଅଟେ ସମାନ

ତୁ ମରିଲେ ଘରେ ସୁଖେ କଟିବ ଜୀବନ।।


ମୋର‌ ଏତେ ବଡ଼ କୁକର୍ମି ହେବାର ଥିଲା

ପ୍ରଭୁ କାହିଁକି ଏ ଶରୀରେ ଜୀବନ ଦେଲା।।


ରକ୍ତହୀନତା ରୋଗ ମୋତେ ଗ୍ରାସିଛି

କୌଣସି କାର୍ଯ୍ୟ ମୁଁ କରି ନ ପାରୁଛି।।


ଉପରୁ ପୁଣି ମୁଁ ଏମିତି କଥା ଶୁଣୁଛି

ଏହା ଶୁଣି ମୋର ହୃଦୟ ହାଣି ହେଉଛି।।


ରକ୍ତହୀନତା ରୋଗ ରେ ମୋର କିଛି ନ ହେବ

ଉପରଭଲି କଥା ଶୁଣିଲେ ମୃତ୍ୟୁ ହୋଇବ।।


ମାଆ ବାପାଙ୍କୁ ଚାହେଁ ଓ ନିଜକୁ ପଚାରେ

ବାସ କରେ କି ନାହିଁ ମୁଁ ତାଙ୍କ ହୃଦୟ ଘରେ।।


ଆଶା ଭରସା ତାଙ୍କର ରାଜମହଲ କରିବି

ତାଙ୍କ ସହ ବଞ୍ଚିବା ପାଇଁ ମୃତ୍ୟୁ ସହ ଲଢିବି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational