STORYMIRROR

Naresh Padhan

Abstract Inspirational Others

4  

Naresh Padhan

Abstract Inspirational Others

ପିଲା ଓ ମାଆର ସ୍ମୃତି

ପିଲା ଓ ମାଆର ସ୍ମୃତି

1 min
307

ମନେ ପଡୁଛି ମୋ ପିଲାବେଳ କଥା

ଭାଲି ଭାଲି ଆଜି ହୃଦେ ହେଉଅଛି ବ୍ୟଥା।‌


ସୁମରଣା ହେଉଛି ମୋ ଅଭୁଲା ସତ୍ୟ 

ଜାଣି ମୁଁ ପାରୁନି କେମିତି କରିବି ବ୍ୟକ୍ତ।


ସେହି ନଈକୂଳ ସେହି ଫଳ ଫୁଲ

ଟାଣି ନିଏ ହୃଦୟ କୁ ସେ ପୋଖରୀର ଜଳ।


ପିଲା ବେଳର ସେହି ବାଲିଘର 

ଭାଙ୍ଗି ସିନା ଯାଏ ବାଲିଘର ଚୂର୍ଣ୍ଣ କିନ୍ତୁ ହୁଏ ହୃଦୟ ମନ୍ଦିର।


ଆନନ୍ଦିତ ହୁଏ ଦେଖି ନଦୀ ର ଲହର

ଆଖି ଭୁଲିଯାଏ ଅନ୍ୟକିଛି ଅଛି ଦେଖିବାର।


ଗାଧୋଇ ଗାଧୋଇ ହଜେ ସମୟର ଜ୍ଞାନ

ମନେନାହିଁ ଆମ୍ଭର ଯେ ଆଖି ରକ୍ତବର୍ଣ୍ଣ।


ଭାବୁଥାନ୍ତି ମାଆ ମାନେ ପିଲା କୁଆଡ଼େ ଗଲା

ଯଦି ଗଲା ଠିକ୍ କଲା ସମୟ ରହନ୍ତେ କାହିଁ ଘର ନଫେରିଲା ।


ପୁଣି ଭାବୁଥାନ୍ତି ପିଲାର ଅଘଟନ ଘଟି ନ ଥାଉ

ଭଗବାନ କରନ୍ତୁ ପିଲା ମୋ କୁଶଳେ ଥାଉ।


ହସ ଖୁସିର ସହ ପିଲା ନଦୀକୂଳେ ଖେଳେ

ମାଆର ହୃଦୟ କିନ୍ତୁ ଚିନ୍ତାରେ ଜଳେ ।


ଯେବେ ଫେରି ଆସେ ଘରକୁ ପିଲା

କହେନାହିଁ ମାଆ ପିଲା କେତେ କନ୍ଦେଇଲା।


ହୃଦୟ ର ଦୁଃଖ ତାର ହୃଦେ ଚାପି ଧରେ

ପିଲାର ଦୋଷ ଭୁଲି ଆଳିଙ୍ଗନ କରେ।


ମାଆର ଏମିତି ପ୍ରେମ ହୃଦୟ ହାଣି ଦିଏ

ଜାଣି ମୁଁ ପାରୁନି ମାଆ ପ୍ରେମର ଦାୟୀ କିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract