STORYMIRROR

Naresh Padhan

Inspirational

3  

Naresh Padhan

Inspirational

ଏକାନ୍ତ ପ୍ରେମ

ଏକାନ୍ତ ପ୍ରେମ

1 min
235

ଜନ୍ମ ହେଲା ଦିନରୁ ଏକାନ୍ତକୁ ପ୍ରେମ କରେ

ଦୁଃଖ ସୁଖ ସବୁ ବ୍ୟକ୍ତ କରେ ଏକାନ୍ତରେ।।


କାହିଁକି କେଜାଣି ଏକାନ୍ତକୁ ଭଲପାଏ

ତା ବିନା ଦିନଟି କେମିତି କାଟିବି ଭାବିଥାଏ।।


 ମଣିଷରେ ମଣିଷ ପ୍ରେମ ଖୋଜିଥାଏ

ମୁଁ କିନ୍ତୁ ଏକାନ୍ତ ପ୍ରେମ ଆଶାରେ ରହିଥାଏ।।


ମଣିଷକୁ ଦି ପଦ କହିଲେ ଚାରି ପଦ କହେ

ଏକାନ୍ତକୁ ଗାଳି କଲେ ବି କିଛି ନ କହେ।।


କ୍ରୋଧ ସମୟେ ସମୟେ ସମସ୍ତଙ୍କୁ ଆସିଥାଏ

ସବୁତକ କ୍ରୋଧ ଦିଅ ଏକାନ୍ତକୁ ନେଇଯାଏ।।


ଏକାନ୍ତକୁ ଦିଅ କିଛି ତୁମ ସମୟ

ଜୀବନେ ଆସିଦେବ ନାହିଁ ବିଳୟ।।


ତୁମକୁ ଖୋଜିବା ରେ ତୁମର ସାହାଯ୍ୟ କରେ

ଏକାନ୍ତ ର ଏହି ଗୁଣ ମୋତେ ବିସ୍ମିତ କରେ।।


ଆମ ବୁଦ୍ଧିକୁ ପ୍ରଖର କରି ବଢାଇ ଥାଏ

ଆମ ବିକାଶ ରେ ଆମର ସାହାଯ୍ୟ କରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational