STORYMIRROR

Naresh Padhan

Inspirational

3  

Naresh Padhan

Inspirational

ଅସମ୍ପୂର୍ଣ୍ଣ ଜୀବନ

ଅସମ୍ପୂର୍ଣ୍ଣ ଜୀବନ

1 min
157

ଆଶା ଥାଏ ମଣିଷର କେତେ କିଛି କରିବାର

ମୃତ୍ୟୁ ସବୁ ପୂର୍ଣ୍ଣ ହୋଇଦିଏ ନାହିଁ ଜୀବନର।।

ଯେଉଁ ଆଶା ଅସମ୍ପୂର୍ଣ୍ଣ ହୋଇ ରହି ଯାଇଛି 

ସମ୍ପୂର୍ଣ୍ଣ ହେବାର ରାସ୍ତା ସବୁ ବନ୍ଦ ହୋଇଛି।।

ଯେତେ କ୍ଷଣ ଆସୁଛି ସେତେ କ୍ଷଣ ଯାଉଛି

ଜୀବନର ସମୟ ସୀମା ପ୍ରତି କ୍ଷଣ ଘଟୁଛି।।

ଜାଣି ନାହୁଁ କେତେ ଦିନ ଏ ସଂସାରେ ବଞ୍ଚିବା

ଅଯଥା ଭୌତିକ ବସ୍ତୁ କାହା ପାଇଁ ସଞ୍ଚିବା।।

ଜୀବନ ଥାଉ ଥାଉ ମୃତ୍ୟୁ କୁ କାହିଁ ଡରିବା

ଜୀବନ ଥିବା ଯାଏ ମୃତ୍ୟୁ ସହ ଲଢିବା।।

ମୃତ୍ୟୁ ସହ ଲଢିବ ସିନା ହାରିବା ଟା ନିଶ୍ଚୟ

ହାରିଲେ ବି ଶାନ୍ତି ପାଇବ ଆମର ହୃଦୟ।।

ଅସମ୍ପୂର୍ଣ୍ଣ ବୋଲି ଜୀବନକୁ ଯଦି ଭାବିବ

ଜୀବନଟି ସବୁଦିନ ଅସମ୍ପୂର୍ଣ୍ଣ ହୋଇ ରହିବ।।

ଅସମ୍ପୂର୍ଣ୍ଣ ଜୀବନେ ବି ପୂର୍ଣ୍ଣ ମନେ କରିବ

ଜୀବନଟି ନିଶ୍ଚେ ସମ୍ପୂର୍ଣ୍ଣ ହୋଇ ପାରିବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational