STORYMIRROR

Naresh Padhan

Inspirational Others

4  

Naresh Padhan

Inspirational Others

ବାର ଫେଲ୍

ବାର ଫେଲ୍

1 min
299

କିଛି ଦୋଷ ନ କଲେ ବି ଗରିବ ହେବା ଭୁଲ୍

ଗରିବ ହୋଇ ଉଚ୍ଚଶିକ୍ଷାର ସ୍ବପ୍ନ ଦେଖିବା ଭୁଲ୍

ସେ ଦିନ ସକାଳୁ କଲେଜ ଯାଇଥିଲି

ପାଠ ପଢିବି ବୋଲି ଉଲ୍ଲାସିତ ଥିଲି।।

ସବୁଦିନ ପରି ସେ ଦିନ ପ୍ରାର୍ଥନା କରିଲି

ପ୍ରାର୍ଥନା ସାରି ମୁଁ ଶ୍ରେଣୀ ଗୃହରେ ବସିଲି

ସାର୍ ମୋତେ ଏକା ବାହାରକୁ ଡାକିଲେ

ସଙ୍ଗେ ଯାଇ ପାଞ୍ଚ ହଜାର ଆଣ କହିଲେ।।

ମୁଁ ଥିଲି ଜଣେ ଗରିବ ପିତା ର ପିଲା

ଆହା କି ସମୟ ବଜ୍ର ପରି ପ୍ରହାର କଲା

ମୁଁ କହିଲି ଏତେ ଶୀଘ୍ର ଆଣି ପାରିବି ନାହିଁ

ସେ କହିଲେ ପରୀକ୍ଷା ଦେଇ ପାରିବୁ ନାହିଁ।।

ମୋ ମୁଖ ରୁ ଶବ୍ଦ ଫିଟି ପାରିଲା ନାହିଁ

ରୋଦନ ଓ ଦୁଃଖ ବାହାରି ପାରିଲା ନାହିଁ

କ୍ଷଣିକ ଭିତରେ ମୁଁ ଜଡ ପାଲଟି ଗଲି

ହୃଦୟ ଦୁଃଖ କୁ ହୃଦୟେ ଚାପି ଧରିଲି

ପରୀକ୍ଷା ନ ଦେଇ ବାର ଫେଲ୍ ହୋଇଗଲି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational