ବାପା
ବାପା
କହି ମୁଁ ପାରେନା ବାପା
କେତେ ଯେ ଭଲପାଏ ମୁଁ ତୁମକୁ
ବିଶ୍ଵାସ କରି ପାରିବନି
ନିଜ ଖୁସିକୁ ଜଳାଞ୍ଜଳି ଦେଇ
କେତେ ଯେ ଭଲ ପାଉଛ ତୁମେ ଆମକୁ ।
ଦିନ ସାରା ପରିଶ୍ରମ କରି
ରହୁଛ ବାହାରେ
କେତେ ଯେ କଷ୍ଟ କରୁଛ
ଆମ ମାନଙ୍କ ପାଇଁ ।
ଶପଥ କରୁଛି ବାପା
ଦିନେ ତମେ ଗର୍ବ କରିବ
ମୋରି ପାଇଁ ତମ ପୁଅ ପାଇଁ
ମୁଁ ନିଶ୍ଚୟ ଦିନେ ଭଲ ମଣିଷଟିଏ ହେବି ।
ହାତଧରି ଚାଲିବା ଶିଖାଇଛ ତୁମେ
ଭଲ ରାସ୍ତା ଦେଖାଇଛ ମତେ
କଥା ଦେଲି ଭାଙ୍ଗିବି ନାହିଁ
ବିଶ୍ଵାସ ଏକଥା ରଖିଥିବ ମନେ ।
ଦୁନିଆର ସବୁଠାରୁ ଭଲ ବାପା ତୁମେ
ସଦାସର୍ବଦା ଆଶୀର୍ବାଦ ଦେଇ
ଭଗବାନ ରଖିଥାନ୍ତୁ ତୁମକୁ
ତୁମ ପରି ସ୍ନେହ କିଏ ଦେବ ଆମକୁ ।
ବାପା ତୁମେ ଯେତିକି ପରିଶ୍ରମ କରିଛ
ମୋର ଆଗାମୀ ଭବିଷ୍ୟତ ପାଇଁ
ମୁଁ ତୁମକୁ କେତେ ଯେ ସୁଖ ଦେବି
ଭାବି ନଥିବ କେବେ ତୁମେ ।
