STORYMIRROR

Dambaru Gouda

Others

3  

Dambaru Gouda

Others

ସପ୍ତରଙ୍ଗ

ସପ୍ତରଙ୍ଗ

1 min
149

ଇନ୍ଦ୍ରଧନୁର ସପ୍ତରଙ୍ଗ ରେ

ସାହିତ୍ୟ ରଙ୍ଗ ଅନନ୍ୟା

ଅଳଙ୍କାର ଯେହ୍ନେ ନାରୀକୁ ସୁନ୍ଦର

ସାହିତ୍ୟ ସେହି ସମାନ ।


ଅଧର ଭାବକୁ ଭାଷାରେ ସଜାଏ

ଅକ୍ଷର ଅକ୍ଷର ନେଇ

ଛନ୍ଦ ଅଳଙ୍କାର ଛାନ୍ଦରେ ଛାନ୍ଦରେ

ଭାଷା କୁ ସେ ରୂପ ଦେଇ ।


ଦରପଣ ଯେହ୍ନେ ମୁଖକୁ ଚିହ୍ନାଏ

ସାହିତ୍ୟ ଯେ ମଣିଷକୁ

ମାନବିକତାର ପ୍ରତିମୂର୍ତ୍ତି ସାଜେ

ସାହିତ୍ୟ ର ନାମ ନେଇ ।


ସାହିତ୍ୟ ନଥିଲେ ସମାଜ ନାହିଁରେ

ସମାଜ ବିନା ସାହିତ୍ୟ

ସେହି ସାହିତ୍ୟ ଯେ ଇନ୍ଦ୍ରଧନୁ ସାଜେ

କରିଦେଲେ ସପ୍ତରଙ୍ଗ ।"



Rate this content
Log in