ତୁମକୁ ଦେଖିଲା ପରେ
ତୁମକୁ ଦେଖିଲା ପରେ
ଆଜି କାଲି ମୋର ଦିବସ ରଜନୀ
କବିତା ଲେଖିଣ ସରେ
ତୁମକୁ ଦେଖିଲା ପରେ ।
ଆକାଶ ବୁକୁରେ ଛୁଇଁଲା ଆଶା
ତନୁରେ ଲାଗିଲା ଯୌବନ ନିଶା
ତୁମକୁ ଖୋଜିଲି ଭାବନା ବନେ
କବି ପାଲଟିଲି ମୁଁ ମନେ ମନେ
ତୁମକୁ ଦେଖିଲା ପରେ ।
ଜାଣିହୁଏ ନାହିଁ ଜୀବନ ରାସ୍ତାରେ
କାହିଁକି ଏମିତି ହୁଏ
କେମିତି କହିବି କେଉଁ ଭାବନାରେ
କାହିଁକି ହୃଦୟ ଜଳେ
ତୁମକୁ ଦେଖିଲା ପରେ ।

