ଗଣତନ୍ତ୍ର
ଗଣତନ୍ତ୍ର
1 min
12
ଭାଷା ସୁମଧୁର ନାହିଁ ଭାବ
ଶରୀର ସୁନ୍ଦର ହୃଦୟରେ ନାହିଁ ସୌରଭ
ସଫେଦ ଭିତରେ କାଲିମା ଲୁଚିଛି
ଦିଶିବନି ଖାଲି ଅନୁଭବ
ଶିକାର ଜାଣିଛି ଶିକାରୀର ମାୟା
ଅଣାୟତ୍ତ ତା'ର ପରାଭାବ
ଏଇ ଆମ ଗଣତନ୍ତ୍ର
ରାମ ହେଲେ ରାଜା
ଆମ ଶ୍ରେଷ୍ଠ ଗଣତନ୍ତ୍ର
ଲୋଡା ନାହିଁ ଜନ ରାଜ୍ୟ
ବିଲୁଆ, ଶାଗୁଣା ଚିକିତ୍ସିତ ହେଲେ
ଗଣତନ୍ତ୍ରରେ କି ଅବା କାର୍ଯ୍ୟ
ହେ ମୋର ଭାଇ ବନ୍ଧୁ କୁଟୁମ୍ବ
ସଖା ଆଉ ସହୋଦର
କପଟ ପାଶାର ଆଚରଣ ତେଜି
ଧର ଧର୍ମର ଛତ୍ର
ସଫଳ ହେବ ସମୟ ଆମର
ପୂର୍ଣ୍ଣାଙ୍ଗ ହେବ ଗଣତନ୍ତ୍ର ।
