STORYMIRROR

Dambaru Gouda

Others

3  

Dambaru Gouda

Others

ମୋତେ ଡେଣା ଦୁଇଟି ଦିଅ

ମୋତେ ଡେଣା ଦୁଇଟି ଦିଅ

1 min
150

ମୁଁ କେମିତି ଉଡ଼ି ପାରନ୍ତି

ମୁକ୍ତ ପକ୍ଷୀ ଟିଏ ପରି 

ତୁମ ନୀଳ ଆକାଶରେ

ଦିଗରୁ ଦିଗନ୍ତ ପର୍ଯ୍ୟନ୍ତ

କିନ୍ତୁ ମୋତେ ଦେଇନାହିଁ

ଡେଣା କାହିଁକି କେଜାଣି

ସେ କଥା ତୁମକୁ ହିଁ ଜଣା

ବେଳେବେଳେ ଭାବେ ମୁଁ

ପାଇଥିଲେ ତାକୁ 

ତୁମ ନିକଟକୁ ପାରିଥାନ୍ତି 

ଯାଇ ଦେଖାକରି ବ୍ୟକ୍ତ

କରିଥାନ୍ତି ଅନେକ କଥା, ବ୍ୟଥା 

ଏ ଭାରି ମନଟାକୁ

ହାଲକା କରିଥାନ୍ତି

ପୁଣି ରହିଗଲା ଏ ଜନମରେ

ହେଲେ ଖୋଜୁଥିବି ତୁମକୁ

ଆର ଜନମ ପର୍ଯ୍ୟନ୍ତ

ମୋତେ ଡେଣା ଦୁଇଟି ଦିଅ ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍