STORYMIRROR

Dambaru Gouda

Romance Others

4  

Dambaru Gouda

Romance Others

ତୁମ ପାଇଁ ମୁଁ ଟିକିଏ ଫୁଲଟିଏ

ତୁମ ପାଇଁ ମୁଁ ଟିକିଏ ଫୁଲଟିଏ

1 min
28

ତୁମ ପାଇଁ ମୁଁ ଟିକି ଫୁଲଟିଏ

ତୁମ ମନ ବଗିଚାରେ

ସବୁ ଦିନ ବାସୁ ଥିବି ମୁଁ

ତୁମ ଘର ଅଗଣାରେ  

ଛୋଟ ପାଖୁଡ଼ାର ପରଦା ଟାଣି

ବସିଥିବି ତୁମ ଆସିବା ବାଟକୁ ଚାହିଁ ।


ଫୁଲର ରଙ୍ଗରେ ଦେବି ମୁଁ ସଜାଇ

ତୁମର ମନ ବଗିଚାକୁ

ହସୁ ଥିବ ତୁମେ ଚାହୁଁ ଥିବି ମୁଁ

ଆଲୋକର ଏହି ମୁରୁକି ହସରେ

କହିବ ଯଦି ତୁମେ ସୁନେଲି ସୂର୍ଯାସ୍ତରେ

ତୁମ ପାଇଁ ହେବି ମୁଁ ଇନ୍ଦ୍ରଧନୁର ସାତ ରଙ୍ଗ ।


କେବେ ଆସ ତୁମେ ଇନ୍ଦ୍ରଧନୁ ଧରି

କେବେ ଆସ ତୁମେ ଶିଶିର ବୁନ୍ଦା ସହ

ମୁଁ ଶୀତ ସକାଳର ଖରା ଆଣିବି

ତୁମେ ଶିଶିର ବୁନ୍ଦାରେ ମତେ ଆଦ୍ର କରିବ

ତୁମ ପାଇଁ ମୁଁ ଟିକି ଫୁଲଟିଏ

ତୁମ ମନ ବଗିଚାରେ ।


ଯେବେ ଆସିବ ତୁମେ ଇନ୍ଦ୍ରଧନୁ ଧରି

ମୁଁ ସାଙ୍ଗରେ କିଛି ରଙ୍ଗଣି ଆଣିବି

ତୁମ ପାଇଁ ଇନ୍ଦ୍ରଧନୁ ରେ ଦୋଳି ବାନ୍ଧିଦେବି

ତୁମେ ରଙ୍ଗଣି ଫୁଲରେ ଗଭା ବାନ୍ଧିବ

ତୁମର ସେଇ ଶୀତ ସକାଳର ଶିଶିର ବିନ୍ଦୁରେ

ମୁଁ ଉଷ୍ମତାରେ ତୁମ ଠାରେ ପ୍ରାଣ ଭରିବି ।


ଯେବେ ଆସିବ ତୁମେ ମୁଠାଏ ସ୍ଵପ୍ନ ଧରି

ମୁଁ ସାଙ୍ଗରେ କିଛି ରାତି ଆଣିବି

ମୁଠାଏ ସ୍ଵପ୍ନକୁ ତୁମେ ରାତିରେ ବିଞ୍ଚିଦେବ

ମୁଁ ଜହ୍ନରେ ପୁଣି କିଛି କବିତା ଲେଖିବି

ତୁମ ପାଇଁ ମୁଁ ଟିକି ଫୁଲଟିଏ

ତୁମ ମନ ବଗିଚାରେ ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance